ପ୍ରତିବର୍ଷ ଡିସେମ୍ବର ୨୬ରେ ପାଳନ ହେବ ’ବୀର ବାଲ୍ ଦିବସ’: ନରେନ୍ଦ୍ର ମୋଦି

100 The Most Powerful Indians In 2022

Narendra Modi, Prime Minister

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରକାଶ ପର୍ବରେ ଏକ ବଡ଼ ଘୋଷଣା କରିଛନ୍ତି । ଶିଖ ସଂପ୍ରଦାୟର କୋଟି କୋଟି ଲୋକଙ୍କ ଆଶା ପୂରଣ କରିଛନ୍ତି ନରେନ୍ଦ୍ର ମୋଦି । ପ୍ରତିବର୍ଷ ଡିସେମ୍ବର ୨୬ରେ ‘ବୀର ବାଲ୍ ଦିବସ’ ରୂପେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ଆଜି ଗୁରୁ ଗୋବିନ୍ଦ ସିଂ ଜୀଙ୍କର ପ୍ରକାଶ ପର୍ବ ଶୁଭ ଅବସରରେ ମୁଁ ଗର୍ବିତ ଯେ ଏହି ବର୍ଷ ଡିସେମ୍ବର ୨୬କୁ ’ବୀର ବାଲ୍ ଦିବସ’ ଭାବରେ ପାଳନ କରାଯିବ। ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସାହିବଜାଦୌଙ୍କ ସାହାସ ଏବଂ ନ୍ୟାୟ ପ୍ରତିଷ୍ଠା ଦିଗରେ ସେମାନଙ୍କ ଉଦ୍ୟମ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, ମାତା ଗୁଜରୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀ ଏବଂ ୪ ସାହିବଜାଦଙ୍କ ବୀରତ୍ୱ ଏବଂ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିଥାଏ । ମୋଦୀ ଟ୍ୱିଟ୍ କରି ଆହୁରି କହିଛନ୍ତି କି, ‘ବୀର ବାଲ୍ ଦିବସ’ ସେହି ଦିନ ପାଳନ କରାଯିବ, ଯେଉଁଦିନ ସାହିବଜାଦା ଜୋରାୱର ସିଂ ଜୀ ଏବଂ ସାହିବଜାଦା ଫତେହ ସିଂ ଜୀଙ୍କୁ ଜୀବନ୍ତ କାନ୍ଥରେ ପୋତି ଦିଆଯିବା ପରେ ଦୁହେଁ ବୀରଗତି ପ୍ରାପ୍ତ କରିଥିଲେ । ଏହି ଦୁଇ ମହାନ ବ୍ୟକ୍ତି ଧର୍ମର ମହାନ ସିଦ୍ଧାନ୍ତରୁ ବିଚ୍ୟୁତ ହେବା ପରିବର୍ତ୍ତେ ମୃତ୍ୟୁକୁ ପସନ୍ଦ କରିଥିଲେ । ମାତା ଗୁଜରୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀ ଏବଂ ଚାରି ସାହିବଜାଦାଙ୍କ ସାହାସିକତା ଏବଂ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିଥିଲା ବୋଲି ଟ୍ୱିଟ କରି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply