ମନ୍‌ କି ବାତ୍‌ରେ ଲୋକାଲ ଖେଳଣାକୁ ଗୁରୁତ୍ୱ ଦେବାକୁ କହିଲେ ପ୍ରଧାମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ମନ୍‌ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମନ୍‌ କି ବାତ୍‌ରେ ଦେଶରେ ବିଭିନ୍ନ ଉନ୍ନତିମୁଳକ କାର୍ଯ୍ୟ ଏବଂ ଆଗକୁ କିଭଳି ଦେଶ ଉନ୍ନତି କରିବ ସେନେଇ ଦେଶବାସୀଙ୍କୁ ସନ୍ଦେଶ ଦେଇଥିଲେ । ପ୍ରତିଥର ଭଳି ଏଥର ମଧ୍ୟ ନିଜର ମନ କଥା ଦେଶବାସୀଙ୍କ ଆଗରେ ବଖାଣି ଥିଲେ ପ୍ରଧାନମନ୍ତ୍ରୀ ମୋଦି । କରୋନା ସମୟରେ ଦେଶର ନାଗରିକମାନେ ନିଜର ଦାୟିତ୍ୱକୁ ଅନୁଭବ କରୁଛନ୍ତି । ଆମ ଦେଶ ହେଇଛି ପର୍ବ ପର୍ବାଣିର ଦେଶ । ସେଥିପାଇଁ କରୋନା ସମୟରେ ସବୁ ପର୍ବପର୍ବାଣିରେ କଟକଣା ଲାଗିଛି । ଯାହାଫଳରେ ଲୋକମାନେ ସମସ୍ତ ପ୍ରକାର ପର୍ବରେ ସଂଯମତା ପ୍ରଦର୍ଶନ କରୁଛନ୍ତି । ତେବେ କରୋନା ସମୟରେ ଦେଶର ନାଗରିକ ମାନଙ୍କର ମଧ୍ୟରେ ଏଭଳି ସଞ୍ଜମତା ଅଦ୍ଭୁତ ବୋଲି ମୋଦି କହିଛନ୍ତି ।

ସେପଟେ ମୋଦି କହିଛନ୍ତି ଯେ ସାରା ଦେଶ ୫ ସେପ୍ଟେମ୍ବରରେ ଶିକ୍ଷକ ଦିବସ ପାଳନ କରିବ । ସମୟର ବଦଳିବା ସହିତ ସହିତ ଶିକ୍ଷକମାନଙ୍କ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ଆସି ଛିଡ଼ା ହୋଇଛି । ନୂତନ ଶିକ୍ଷା ନୀତି ମାଧ୍ୟମରେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ । ଖେଳଣାକୁ ପ୍ରୋତ୍ସାହନ ଦେଇ ମୋଦି ଦେଶବାସୀଙ୍କୁ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶରେ ସ୍ଥାନୀୟ ଖେଳଣାର ବହୁତ ବଡ଼ ସାମ୍ରାଜ୍ୟ ରହିଛି । ସେଠାରେ ଅନେକ ପ୍ରତିଭାଶାଳୀ ଏବଂ କୁଶଳୀ କାରିଗର ଅଛନ୍ତି ଯେଉଁମାନେ ଭଲ ଖେଳନା ତିଆରି କରିବାରେ ମାହିର । ଭାରତର କିଛି ଅଞ୍ଚଳ ରହିଛି ଯିଏ ଖେଳନା ତିଆରି କରିବାରେ ବହୁତ ବଡ଼ ଜାଗା ହାସଲ କରିଛି । ବିଶ୍ୱ ଖେଳନା ଉଦ୍ୟୋଗ ୭ ଲକ୍ଷ କୋଟିରୁ ଅଧିକ ରହିଛି କିନ୍ତୁ ଏତେ ବଡ଼ ବ୍ୟବସାୟ ଥିଲେ ମଧ୍ୟ ଭାରତର ଅଂଶ ବହୁତ କମ୍ ରହିଛି । ଏତେ ଐତିହ୍ୟ, ପରମ୍ପରା ଥିବା ଦେଶ, ଖେଳନା ବଜାରରେ ଏହାର ଅଂଶ ଏତେ କମ୍ ହେବା ଉଚିତ୍ କି ? ବୋଲି ଭାରତୀୟଙ୍କୁ ମନ କି ବାତ ଜରିଆରେ ପ୍ରଶ୍ନ କରିଛନ୍ତି ମୋଦି । ଲୋକାଲ ଖେଳଣା ପାଇଁ ଭୋକାଲ ହେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ ମନ କି ବାତରେ ଚାଷୀଙ୍କ ଉପରେ ଆଲୋଚନା କରିଥିଲେ । ରୁକକବେଦରେ ଚାଷୀଙ୍କ ପାଇଁ ଥିବା ମନ୍ତ୍ର ଗାଇ ଶୁଣାଇଥିଲେ । ଚାଷୀଙ୍କୁ ଅଭିବାଦନ ଜଣାଇ କହିଥିଲେ କି କରୋନା ପରି କଠିନ ସମୟରେ କୃଷକମାନେ ସେମାନଙ୍କର ଶକ୍ତି ପ୍ରମାଣିତ କରିଛନ୍ତି । ଏଥର ଆମ ଦେଶରେ ଖରିଫ ଫସଲ ବୁଣିବା ପୂର୍ବ ବର୍ଷ ତୁଳନାରେ ୭ ପ୍ରତିଶତ ବୃଦ୍ଧି ପାଇଛି । ଏହା ହେଇଛି ଆମ ଦେଶର କୃଷକ ମାନଙ୍କର ଏକ ବଡ଼ ସଫଳତା ।

Leave a Reply