ମୋଦିଙ୍କ କାର୍ଯ୍ୟାଳୟକୁ ୭ କୋଟି ୫୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ OLXରେ ପୋଷ୍ଟ

1 min read

ବାରାଣସୀ: ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଅଫିସକୁ OLXରେ ବିକ୍ରିପାଇଁ ପୋଷ୍ଟ । ୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କୁ ପଚରାଉଚରା କରାଯାଉଥିବବେଳେ OLXରେ ଏହି ପୋଷ୍ଟକୁ ହଟାଇ ଦିଆଯାଇଥିବା ବାରାଣସୀ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀର ଜବାହର ନଗର ଏକ୍ସଷ୍ଟେନସନରେ ଥିବା କାର୍ଯ୍ୟାଳୟକୁ କିଛି ଯୁବକ ବିକ୍ରି ପାଇଁ OLXରେ ପୋଷ୍ଟ କରିଥିଲେ । ଏହା ମୂଲ୍ୟ ୭ କୋଟି ୫୦ ଲକ୍ଷ ଟଙ୍କା ଲେଖାଯାଇଥିଲା ।

ଅଫିସର ଭିତର ଫଟୋ, କୋଠରୀ ଓ ପାର୍କିଂ ନେଇ ସବିଶେଷ ତଥ୍ୟ OLXରେ ଦିଆଯାଇଥିଲା । ଘଟଣାରେ ପୋଲିସ୍ ନିଜଆଡୁ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ ପଚରାଉଚରା ଜାରି ରଖିଛି । ସେପଟେ OLXରେ ଦିଆଯାଇଥିବା ଏହି ପୋଷ୍ଟକୁ ହଟାଇ ଦିଆଯାଇଛି ।

ସୂଚନା ଅନୁଯାୟୀ ଲକ୍ଷ୍ମୀକାନ୍ତ ଓଝା ନାମକ ଜଣେ ବ୍ୟକ୍ତିଙ୍କ OLX ଆକାଉଣ୍ଟରୁ ଏହି ବିଜ୍ଞାପନ ପୋଷ୍ଟ କରାଯାଇଛି । ଏହି ବିଜ୍ଞାପନ ଆଇଡି ନମ୍ବର ୧୬୧୨୩୪୬୪୯୨ରୁ ପୋଷ୍ଟ କରାଯାଇଛି । ‘House & Villa’ କାଟାଗୋରୀ ସହ ‘Four Bedroom with Full Furnished Ready to Move’  ବୋଲି ଲେଖାଯାଇଥିଲା । ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave a Reply