Modi Warns China: କ’ଣ ପାଇଁ ମୋଦି କହିଲେ ଆମେ ବଂଶୀଧର ଶ୍ରୀକୃଷ୍ଣଙ୍କୁ ପୂଜା କରୁ କିନ୍ତୁ….
1 min readଲେହ: ପ୍ରଧାନମନ୍ତ୍ରୀ ମୋଦି ଲେହରେ ଆଜି ଅଚାନକ ଲେହରେ ପହଂଚିଥିଲେ । ସେଠାରୁ ସେ ନିମୁ ଫରୱାର୍ଡ ବ୍ଲକକୁ ଯାଇଥିଲେ । ଯେଉଁଠାରେ ସେ ଯବାନଙ୍କୁ ସମ୍ବୋଧିତ କରିଥିଲେ । ଯବାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ବୀରତ୍ୱକୁ ସଲାମ କରିଥିଲେ । ଭାରତୀୟ ଯବାନଙ୍କ ଶୌର୍ଯ୍ୟକୁ ଦୁନିଆ ଦେଖିଲା ବୋଲି ସେ କହିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ଚୀନକୁ ନିଶାନାକୁ ନେଇଥିଲେ ।
ନିଶାନାରେ ଚୀନ
ମୋଦି ଚୀନକୁ ଶୁଣାଇ କହିଥିଲେ ଯେ, ବିସ୍ତାରବାଦର ଯୁଗ ସରିଯାଇଛି । ଏହା ହେଉଛି ବିକାଶବାଦର ଯୁଗ । ଦୃତଗତିରେ ବଦଳୁଥିବା ସମୟରେ ବିକାଶବାଦ ହିଁ ପ୍ରାସଙ୍ଗିକ । ବିକାଶବାଦ ପାଇଁ ଅବସର ଅଛି । ଏହା ବିକାଶର ଆଧାର । ଗତ ଶତାବ୍ଦୀରେ ବିସ୍ତାରବାଦ ମାନବ ଜାତିର ବିନାଶ କରିଥିଲା । କାହା ମଧ୍ୟରେ ଯଦି ବିସ୍ତାରବାଦୀ ଚିନ୍ତାଧାରା ଘର କରି ରହିଛି ତେବେ ତାହା ବିଶ୍ୱ ଶାନ୍ତି ପାଇଁ ବିପଦ । ଇତିହାସ ସାକ୍ଷି ଯେ, ଏଭଳି ଶକ୍ତି ଧ୍ୱଂସ ପାଇଯାନ୍ତି ।
ଦେଲେ କୃଷ୍ଣଙ୍କ ଉଦାହରଣ
#WATCH We are the same people who pray to the flute playing Lord Krishna but we are also the same people who idolise and follow the same Lord Krishna who carries the 'Sudarshana Chakra': PM Modi in Ladakh pic.twitter.com/lAqCjeXpqv
— ANI (@ANI) July 3, 2020
ଯବାନଙ୍କୁ ସମ୍ବୋଧନ କରି ପିଏମ୍ ମୋଦି କହିଥିଲେ ଯେ, ଭାରତୀୟ ବଂଶୀଧର ଶ୍ରୀକୃଷ୍ଣଙ୍କ ପୂଜା କରନ୍ତି । ସେମାନେ ମଧ୍ୟ ସୁଦର୍ଶନ ଚକ୍ରଧାରୀ କୃଷ୍ଣଙ୍କୁ ନିଜ ଆଦର୍ଶ ମାନନ୍ତି । ଏମିତି କହି ପ୍ରଧାନମନ୍ତ୍ରୀ ଚୀନକୁ ପରୋକ୍ଷରେ କହିଛନ୍ତି ଯେ,ଭାରତ ଉଭୟ ଯୁଦ୍ଧ ଓ ଶାନ୍ତି ପାଇଁ ପ୍ରସ୍ତୁତ ଅଛି । ବଂଶୀଧର କୃଷ୍ଣ ଯଦି ଶାନ୍ତିର ପ୍ରତୀକ ତେବେ ଚକ୍ରଧାରୀ ଧର୍ମଯୁଦ୍ଧର ପ୍ରତୀକ ।
ଦୁଇ ଜଣ ମାତଙ୍କ କଥା ଭାବି ନିଷ୍ପତ୍ତି ନିଏ
ପିଏମ୍ କହିଥିଲେ ଯେ, ଯେତେବେଳେ ବି ସେ ଜାତୀୟ ସୁରକ୍ଷା ସମ୍ବନ୍ଧିତ ନିଷ୍ପତ୍ତି ନିଅନ୍ତି ସେତେବେଳେ ସେ ପ୍ରଥମେ ଦୁଇ ଜଣ ମାତାଙ୍କ କଥା ଭାବନ୍ତି । ପ୍ରଥମେ ଭାରତ ମାତା ଓ ପରେ ସେହି ବୀରଙ୍କ ମାତା ଯେଉଁମାନେ ସୈନିକଙ୍କ ଜନ୍ମ ଦିଅନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଯବାନଙ୍କୁ ସୁରକ୍ଷା ଉପକରଣ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାର ଯଥା ସମ୍ଭବ ଚେଷ୍ଟା କରାଯାଉଛି ।
ଶତ୍ରୁ ଆପଣଙ୍କ ଉତ୍ସାହ ଓ କ୍ରୋଧକୁ ଦେଖିଛି
ଯବାନଙ୍କ ଉତ୍ସାହ ବଢାଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଆପଣଙ୍କ ବାହୁ ଚଟାଣ ଭଳି । ଶତ୍ରୁ ଆପଣଙ୍କ ଉତ୍ସାହ ଦେଖିଛି ଓ କ୍ରୋଧ ମଧ୍ୟ ଦେଖିଛି । ଆପଣ ମାନେ ନିକଟରେ ଯେଉଁ ବୀରତ୍ୱ ଦେଖାଇଲେ ତାହା ବିଶ୍ୱରେ ଭାରତର ଶକ୍ତିକୁ ନେଇ ସନ୍ଦେଶ ଦେଇଛି । ଆପଣ ଓ ଆପଣଙ୍କ ସଂକଳ୍ପ କାରଣରୁ ହିଁ ଆତ୍ମନିର୍ଭର ଭାରତ ତିଆରି କରିବାର ଆମ ସଂକଳ୍ପ ଆହୁରି ମଜବୁତ ହୋଇଛି । ଆପଣଙ୍କ ଇଛାଶକ୍ତି ହିମାଳୟ ଭଳି ଶକ୍ତ ,ଦେଶକୁ ଆପଣଙ୍କ ଉପରେ ଗର୍ବ ରହିଛି ।