ମଧ୍ୟରାତ୍ରିରେ ବାରଣାସୀ ଷ୍ଟେସନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ବିକାଶମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ

1 min read

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମଧ୍ୟରାତ୍ରୀରେ ବାରଣାସୀ ରେଳ ଷ୍ଟେସନର ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ବାରଣାସୀରେ ଭିତ୍ତିଭୂମୀ ବିକାଶ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ରେଳ ଯୋଗାଯୋଗକୁ ଆହୁରି ବିକଶଶିତ କରିବା ଲାଗି ମଧ୍ୟ କାର୍ଯ୍ୟ କରୁଛି କେନ୍ଦ୍ର ସରକାର । ଏଥିସହିତ  ସ୍ୱଚ୍ଛତା, ଆଧୁନିକୀକରଣ ଓ ଯାତ୍ରୀ ଅନୁକୂଳ ବ୍ୟବସ୍ଥା ମଧ୍ୟ ଫୋକସ୍‌ରେ ରହିଛି ।

ସୋମବାର ମଧ୍ୟରାତ୍ରିର ଏହି ଅନୁଧ୍ୟାନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ସୋମବାର ସକାଳେ ପ୍ରଧାନମନ୍ତ୍ରୀ ବିଜେପି ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ତେବେ ଆଜି ଅପରାହ୍ଣ ୩,୩୦ ମିନିଟରେ ପ୍ରଧାନମନ୍ତ୍ରୀ ସଦ୍‌ଗୁରୁ ସାଦାଫାଲାଦେଓ ବିହାଙ୍ଗମ୍ ଯୋଗ ସଂସ୍ଥାନକୁ ୯୮ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ ।
ଏଥିସହିତ ପ୍ରଧାନମନ୍ତ୍ରୀ  ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କନକ୍ଳେଭ୍ ସେ ଯୋଗଦେବେ । ସେମାନଙ୍କ ସହ ବିହାର ଓ ନାଗାଲାଣ୍ଡ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ ।

ଏଥିସହିତ ପଢ଼ନ୍ତୁ: ‘ବିଜେପି କ’ଣ କେବଳ ହିନ୍ଦୁ, ଅନ୍ୟମାନେ ଆକାଶରୁ ଖସିଆସି କ’ଣ ରାସ୍ତାରେ ପଡ଼ିଛନ୍ତି’

ସୂଚନା ଯୋଗ୍ୟ ଯେ, ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିଥିଲେ । ଏୟାରପୋର୍ଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ । ୨୩ ଟି ଛୋଟ ବଡ଼ ଅଟ୍ଟାଳିକା ଏବଂ ୨୭ ଟି ମନ୍ଦିର ବିଶିଷ୍ଟ ଏହି କରିଡରର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କରିଡର ୫୦ ହଜାର ବର୍ଗ ମିଟର ପରିସର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏଠାରେ ୪ଟି ବଡ଼ ପ୍ରବେଶ ଦ୍ୱାର ଥିବା ବେଳେ ୨୨ଟି ଶିଳାଲେଖ ନିର୍ମାଣ କରାଯାଇଛି ଯେଉଁଥିରେ କାଶୀଧାମର ମହିମା ଉଲ୍ଲେଖ ରହିଛି ।

Leave a Reply