spot_img

Latest Posts

କରୋନା ସଙ୍କଟ: ମୁଖ୍ୟମନ୍ତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା,ମିଶିକି ଲଢିବା ଯୁଦ୍ଧ

ନୂଆଦିଲ୍ଲୀ: କରୋନାଭାଇରସ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କରୋନାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଛନ୍ତି । ସେ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ କେନ୍ଦ୍ର ସରକାର ସେମାନଙ୍କ ସହ ସବୁବେଳେ ଅଛି । ଏହା ସହ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ ବୋଲି ମଧ୍ୟ ମୋଦି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକଡାଉନ୍ କୁ ନେଇ ଚିନ୍ତା ଦେଖାଯାଇଥିଲା। ଲକଡାଉନ୍ କୁ କଡାକଡି ଭାବେ ପାଳନ କରିବାକୁ ସେ ପ୍ରତ୍ୟେକ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉ, ଫଳରେ କାହାରି କିଛି ଅସୁବିଧା ହେବ ନାହିଁ।

ଶ୍ରମିକଙ୍କ ପଳାୟନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ କରିଛନ୍ତି ଯେ, ପ୍ରତ୍ୟେକ ସମ୍ଭାବ୍ୟ ସ୍ଥାନାନ୍ତରକୁ ବନ୍ଦ କରିବାକୁ ହେବ। ଏଥିପାଇଁ ସବୁ ରାଜ୍ୟ ତାଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରିବା ଉଚିତ୍। ସେମାନଙ୍କର ଖାଇବା ପିଇବା ଓ ରହିବା ବ୍ୟବସ୍ଥା କରାଯିବା ଉଚିତ୍ । ଏଥିସହ ଶ୍ରମିକମାନଙ୍କୁ ରାସ୍ତାକୁ ନ ଯିବା ପାଇଁ ଆବେଦନ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ସଙ୍କଟ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ତାଳମେଳର ଆବଶ୍ୟକତା ରହିଛି ।

ସମସ୍ତ ଅସୁବିଧା ସମୟରେ ପ୍ରତ୍ୟେକ ରାଜ୍ୟକୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟଗୁଡିକର ଚିକିତ୍ସା ସୁବିଧା ବିଷୟରେ କହିଥିଲେ। ଗତ କିଛି ଦିନରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ପ୍ରତ୍ୟେକ ସନ୍ଦିଗ୍ଧ ଲୋକଙ୍କୁ ଆଇସୋଲେଟ କରାଯିବା ଉଚିତ୍। ସେମାନଙ୍କ ସହ ଯୋଗାଯୋଗ କରୁଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯିବା ଉଚିତ୍ । ଯଦି କ୍ୱାରେଣ୍ଟାଇନ୍ ୱାର୍ଡକୁ ବୃଦ୍ଧି କରାଯିବା ଆବଶ୍ୟକ, ତେବେ ଏହାକୁ ବୃଦ୍ଧି କରାଯିବା ଉଚିତ୍ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ଟିପ୍ସ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟୁଇଟରରେ ଲେଖିଛନ୍ତି ଯେ, ଆୟୁଷ ମନ୍ତ୍ରଣାଳୟ ଉନ୍ନତ ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କିଛି ନିର୍ଦ୍ଦେଶ ଦେଇଛି। ଏହିଗୁଡିକ ସହଜରେ କରାଯାଇପାରିବ । ଏପରି ଅନେକ ଜିନିଷ ଅଛି, ଯାହା ସେ ନିଜେ ବର୍ଷ ବର୍ଷ ଧରି କରିଆସୁଛନ୍ତି ।  ଯେମିତିକି ‘ବର୍ଷସାରା କେବଳ ଗରମ ପାଣି ପିଇବା’ ।

କରୋନା ଠାରୁ ବଞ୍ଚିବା ପାଇଁ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଟିପ୍ସ ଦେଇଛନ୍ତି । ଏହାକୁ ନିଜେ ପାଲନ କରିବା ସହ ଅନ୍ୟମାନଙ୍କୁ ସେୟାର କରିବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବାର୍ତ୍ତା ସହିତ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜଡିତ କିଛି ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଚିତ୍ରଗୁଡ଼ିକରେ, କରୋନା ଜୀବାଣୁ ସମ୍ବନ୍ଧୀୟ କିଛି ସଙ୍କଟଠୁ ରକ୍ଷା ପାଇଁ ଆୟୁର୍ବେଦିକ ପ୍ରତିକାର ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ବିଷୟରେ ଦିଆଯାଇଛି।

 

Latest Posts

Don't Miss