କରୋନା ସମ୍ପର୍କିତ ଆଲୋଚନାକୁ ଲିକ୍ କରିବାରୁ ଅସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ: କ୍ଷମା ମାଗିଲେ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ମିଟିଂ ସମୟରେ କେଜ୍ରିଓ୍ୱାଲ ପାଇଁ କଠୋର ଶଦ୍ଦର ବ୍ୟବହାର କରିଛନ୍ତି । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଟୋକଲ ଭାଙ୍ଗିଛନ୍ତି । କୌଣସି ପ୍ରକାର ବ୍ୟକ୍ତିଗତ ବାର୍ତ୍ତାଳପକୁ ପ୍ରଚାରିତ କରାଯାଏନାହିଁ । ପ୍ରଧାନମନ୍ତ୍ରୀଙ୍କ ଠାରୁ କଡ଼ା ଟିପ୍ପଣୀ ଶୁଣିବା ପରେ ହାତଯୋଡ଼ି କ୍ଷମା ମାଗିଛନ୍ତି କେଜ୍ରିଓ୍ୱାଲ ।

ଘଟଣାନୁଯାୟୀ, ପ୍ରଧାନମନ୍ତ୍ରୀ ଶୁକ୍ରବାର କରୋନ ଦ୍ୱାରା ପ୍ରଭାବିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ । ଏହି ବୈଠକ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କହିବା ପାଳି ଆସିଲା ସେତେବେଳେ ସେ ଏହାର ଲାଇଭ୍ କରିଥିଲେ । ଏବଂ ପ୍ରଧାନମନ୍ତ୍ରୀଙ୍କୁ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଅବଗତ ହୋଇଗଲେ । କେଜ୍ରିଓ୍ୱାଲ କହୁଥିବା ସମୟରେ ହିଁ ପ୍ରଧାନମନ୍ତ୍ରୀ ତାଙ୍କୁ ଆକଟ କରିଥିଲେ । ଏବଂ କହିଥିଲେ, ଆମର କିଛି ପ୍ରଟୋକଲ ରହିଛି । ଆଉ ଏହାର ଉଲ୍ଲଘଂନ କରି  କିଛି ମୁଖ୍ୟମନ୍ତ୍ରୀ ମିଟିଂର ଲାଇଭ୍ ଟେଲିକାଷ୍ଟ କରୁଛନ୍ତି । ଏଭଳି ଇନ୍‌ହାଉସ୍ ମିଟିଂର ଲାଇଭ୍ କରିବା ଅନୁଚିତ । ଆମକୁ ସର୍ବଦା ସଂଯମତା ରକ୍ଷା କରିବାକୁ ପଡ଼ିବ । ତେବେ କେଜ୍ରିଓ୍ୱାଲ ନିଜ ଭୁଲ ଅନୁଭବ କରିବା ସହ କ୍ଷମା ପ୍ରାର୍ଥାନ କରିଥିଲେ । ଏବଂ ଆଗକୁ ଏଥିଲାଗି ଯତ୍ନବାନ ହେବେ ବୋଲି କହିବା ସହ ନିଜ ଆଚରଣ ଲାଗି କ୍ଷମା ପ୍ରାର୍ଥନା କରିଥିଲେ ।

ଏଥିସହିତ ପଢ଼ନ୍ତୁ: କରୋନା ଚିକିତ୍ସା ପାଇଁ ‘ଭିରାଫିନ୍’କୁ ଅନୁମତି

Leave a Reply