ପୁଣିଥରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରେ ପୁଣି ଥରେ ସମସ୍ତ ମୁଖ୍ୟନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ। ମେ’ ମାସ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେଉଥିବାବେଳେ କରୋନାକୁ ନେଇ ଏହା ମୁଖ୍ୟମନ୍ତ୍ରୀଙ୍କ ସହ ହେବ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଆଲୋଚନା ।
ଲକ୍ଡାଉନ୍ ହେବା ପରେ ବିଭିନ୍ନ ରାଜ୍ୟରେ ସ୍ଥିତି କଣ ରହିଛି । ଆଗକୁ କିଭଳି କରୋନା ମୁକାବିଲା କରାଯିବ, ସେନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଆଉ ଲକଡାଉନ ସମୟ ବଢ଼ିବ କି ନାହିଁ, ଯଦି ବଢ଼ିବ, କେତେ ଦିନ ବଢ଼ିବ ? କିଭଳି ଭାବେ କରୋନାର ମୁକାବିଲା କରାଯାଇପାରିବ, ଏ ସମସ୍ତ ଦିଗରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦି ଆଲୋଚନା କରିପାରନ୍ତି । ତେଣୁ ଆଗାମୀ ୨୭ ତାରିଖରେ ହେବାକୁ ଥିବା ଏହି ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ।