ଆଜି ରାତିରେ ଲକଡାଉନକୁ ନେଇ ବଡ଼ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ ଦେଶରେ ଲକଡାଉନକୁ ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି । ଏହି ଲକଡାଉନକୁ ଆଉ ୨ ସପ୍ତାହ ପାଇଁ ପ୍ରଧାନମନ୍ତ୍ରୀ ବଢ଼ାଇପାରନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ରାତି କିମ୍ବା ରବିବାର ସକାଳୁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିପାରନ୍ତି ।

ହାତ ତିଆରି ମାସ୍କ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ,କେଜ୍ରିୱାଲ କହିଲେ ଲକଡାଉନ୍ ବଢାଅ

କଣ କହିବେ ମୋଦି ?

ବିଭିନ୍ନ ଜାତୀୟ ଗଣମାଧ୍ୟମ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ରାତି କିମ୍ବା ରବିବାର ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏପ୍ରିଲ୍ ୧୪ରେ ସରୁଥିବା ୨୧ ଦିନିଆ ଲକଡାଉନକୁ ଦେଶବାସୀ ମାନି ଘରେ ରହୁଥିବାରୁ ସେ ଜନତାଙ୍କୁ କୃତଜ୍ଞତା ଜଣାଇବେ । କରୋନା ମହାମାରୀ ସଂକ୍ରମଣ ରୋକିବାକୁ ସେ ଦେଶବାସୀଙ୍କୁ ଆଉ କିଛିଦିନ ସମୟ ମାଗିବା ସହ ଲକଡାଉନ୍ ବୃଦ୍ଧି ନେଇ ଘୋଷଣା କରିପାରନ୍ତି । ଘୋଷଣାରେ କୃଷକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିପାରେ । ପୂର୍ବରୁ ମୋଦି ଭିଡିଓ ବାର୍ତ୍ତା ଜାରି କରି ଲକଡାଉନକୁ କଡ଼ାକଡ଼ି ପାଳନ କରିବାକୁ କହିଥିଲେ । ଏପରିକି ମାର୍ଚ୍ଚ ୨୪ ରାତି ୮ଟାରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଦେଶରେ ଲକଡାଉନ୍ କରିଥିଲେ ।

ହାତ ତିଆରି ମାସ୍କ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ,କେଜ୍ରିୱାଲ କହିଲେ ଲକଡାଉନ୍ ବଢାଅ

ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ବୈଠକରେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ୍ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଲକଡାଉନ୍ ନିଷ୍ପତ୍ତି ସଠିକ୍ ଥିଲା ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply