ଅଦାଲତରେ ସ୍ଥାନୀୟ ଭାଷାରେ କାର୍ଯ୍ୟ କରାଗଲେ ସାଧାରଣ ନାଗରିକଙ୍କ ଆତ୍ମବିଶ୍ୱାସ ବଢ଼ିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ ଅଦାଲତରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦିଆଗଲେ ତାହା ସାଧାରଣ ନାଗରିକଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିବ ବୋଲି କହିଛନ୍ତି । ଏହି ସମ୍ମିଳନୀରେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଏବଂ ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣା ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଦାଲତରେ ଆମେ ଅଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଏହା କେବଳ ସାଧାରଣ ନାଗରିକମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିବ ନାହିଁ, ସେମାନଙ୍କୁ ବିଚାର ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ହୋଇଥିବା ପରି ଅନୁଭବ କରାଇବ । ସମ୍ମିଳନୀରେ ସରକାରଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାର ୧୪୫୦ଟି ଅପ୍ରାସଙ୍ଗିକ ଆଇନ ଉଚ୍ଛେଦ କରିଥିବା ବେଳେ ରାଜ୍ୟ ସରକାରମାନେ ସେଥିରୁ ୭୫ଟି ଆଇନ ଉଚ୍ଛେଦ କରିଛନ୍ତି । ଏହାସହ ୨୦୧୫ରେ ଆମେ ଏଭଳି ୧୮୦୦ ଅପ୍ରାସଙ୍ଗିକ ଆଇନ ଚିହ୍ନଟ କରାଯାଇଥିଲା ସେଥିରୁ ୧୪୫୦ ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି । କିନ୍ତୁ, ରାଜ୍ୟ ସରକାରମାନେ ମାତ୍ର ୭୫ଟି ସେଭଳି ଆଇନ ଉଚ୍ଛେଦ କରିଛନ୍ତି ।

ଏବଂ  ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଥିବା ବେଳେ ସମସ୍ତଙ୍କୁ ଅନାୟାସରେ ତୁରନ୍ତ ବିଚାର ମିଳିପାରିବା ଭଳି ନ୍ୟାୟିକ ବ୍ୟବସ୍ଥା ସୃଷ୍ଟି କରାଯିବା ଉପରେ ଧ୍ୟାନ ଦିଆଯିବା ଉଚିତ । ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନା କହିଥିଲେ ଯେ, ରାଷ୍ଟ୍ରର ତିନୋଟି ଅଙ୍ଗ ମଧ୍ୟରେ ସମ୍ବିଧାନ କ୍ଷମତାର ପୃଥକୀକରଣ ବ୍ୟବସ୍ଥା କରିଛି । କର୍ତ୍ତବ୍ୟ ନିର୍ବାହ କରିବା ସମୟରେ ସ‌ମସ୍ତେ ‘ଲକ୍ଷ୍ମଣରେଖା’ ପ୍ରତି ଧ୍ୟାନ ଦେବା ଉଚିତ। ଏହାସହ ବିଚାର ବିଭାଗୀୟ ରାୟ ସତ୍ତ୍ବେ ସରକାରମାନେ ନିଷ୍କ୍ରିୟ ରହିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।