ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1 min read

ନୂଆଦିଲ୍ଲୀ: ଦେଶରେ ବଢୁଥିବା ସଂକ୍ରମଣ ଭିତରେ ଋଷ ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ନେତା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଫୋନରେ କଥା ହୋଇଥିବା ସୂଚନା ମିଳିଛି।

ବିଶେଷ କରି କରୋନାକୁ ନେଇ ଭାରତ ସଂଘର୍ଷ କରୁଥିବାବେଳେ ଏହି ବିଷୟରେ ଆଲୋଚନା ହୋଇଛି । କରୋନା ମହାମାରୀ ସ୍ଥିତିରେ ଖୁବଶୀଘ୍ର ଭାରତକୁ ମିଳିବାକୁ ଯାଉଛି ଋଷ ନିର୍ମାଣ କରୁଥିବା କରୋନା ଟିକା ସ୍ପୁଟିନିକ୍-ଭି। ସେହିଭଳି ଦୁଇ ଦେଶ ମଧ୍ୟରେ ସାମରିକ କ୍ଷେତ୍ରକୁ ମଜବୁତ୍ କରିବା ପାଇଁ ଆଲୋଚନା ହୋଇଛି ।

ଦୁଇ ଦେଶ ମଧ୍ୟରେ ବିଦେଶ ଓ ରକ୍ଷା ମନ୍ତ୍ରୀଙ୍କୁ ନେଇ ଟୁ ପ୍ଲସ୍ ଟୁ ବୈଠକ ହେବା ନେଇ ସହମତି ପ୍ରକାଶ ପାଇଛି । ଏ ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Leave a Reply