ପୁଟିନଙ୍କ ସହ ପୁଣି କଥା ହେଲେ ମୋଦି, କୂଟନୈତିକ ମାଧ୍ୟମରେ ସମାଧାନ କରିବାକୁ ଦେଲେ ପ୍ରସ୍ତାବ

1 min read

କିଭ୍: ୟୁକ୍ରେନରେ ଲଗାତାର ଭାବେ ମିଜାଇଲ ଏବଂ ଗୁଳିମାଡ ଜାରି ରଖିଛି ଋଷ । ଏହାରି ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପୁଣି ଥରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ନେଇ ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଋଷର ଘନଘନ ଆକ୍ରମଣ ମଧ୍ୟରେ ଭାରତୀୟଙ୍କୁ ସେଠାରୁ ଫେରାଇ ଆଣିବା କେନ୍ଦ୍ର ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି । ପୂର୍ବରୁ ମଧ୍ୟ ୟୁକ୍ରେନ୍-ଋଷ ଯୁଦ୍ଧ ଏବଂ ଭାରତୀୟଙ୍କୁ ସେଠାରୁ ଫେରାଇଆଣିବା ପାଇଁ ୫ ଥର ଉଚ୍ଚ ସ୍ତରୀୟ ବୈଠକ ହୋଇସାରିଛି । ଏବେ ପୁଣି ଥରେ ପୁଟିନଙ୍କ ସହ ଫୋନ ଯୋଗେ କଥା ହେବାପରେ ପିଏମଓରେ ମଧ୍ୟ ବୈଠକ ହୋଇଛି ।

ୟୁକ୍ରେନ୍ ଉପରେ ଆକ୍ରମଣ ଘଟଣାକୁ ନେଇ କୂଟନୈତିକ ମାଧ୍ୟମରେ ସମାଧାନ କରିବାକୁ ପୁଟିନଙ୍କୁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏପଟେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ମଧ୍ୟ ମୋଦି ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ସେପଟେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଭୋଟିଂରେ ଭାରତ ପୁଣି ଥରେ ଅନୁପସ୍ଥିତ ରହିଛି । ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଆମେରିକାର ପ୍ରସ୍ତାବ ଉପରେ ଭୋଟିଂ ବେଳେ ୩୫ଟି ଦେଶ ଓହରିଥିଲେ । ୧୪୧ଟି ଭୋଟ୍ ପ୍ରସ୍ତାବ ସମର୍ଥନରେ ପଡିଥିବା ଜଣାପଡିଛି । ୫ ଟି ଦେଶ ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ ।

Leave a Reply