spot_img

Latest Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍‌: BSE ନିର୍ଦ୍ଦେଶକ ଆଶିଷ ଚୌହାନ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ସମୟରେ ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଦୃଢ଼ ପ୍ରତିବଦ୍ଧତାର ସହିତ ମହାମାରୀ ସହିତ ଲଢ଼ିବା ପାଇଁ ଦେଶକୁ ଆହ୍ୱାନ ଦେବାରେ ଏବଂ ସମସ୍ତ ସମସ୍ୟା ସମାଧାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ତାହାକୁ ନଜରରେ ରଖି ତାଙ୍କୁ ଶାନ୍ତି ପୁରସ୍କାର ଦେବାକୁ ନେଇ ଗମ୍ଭୀରତାର ସହ ଆଲୋଚନା କରିବା ଉଚିତ୍‌  ବୋଲି ଶୁକ୍ରବାର ଏକ ସମିତିରେ କହିଛନ୍ତି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ମୁଖ୍ୟ ଆଶିଷ କୁମାର ଚୌହାନ ।

ସୂଚନା ଅନୁସାରେ, ଆଶିଷ ଚୈାହାନ ଆଇଆଇଏମ କୋଲକାତାର ୫୭ତମ ବାର୍ଷିକ ସମାରୋହରେ ଏହି କଥା କହିଛନ୍ତି । ଏହି ସମିତିରେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି କହିଛନ୍ତିଯେ, କୋଭିଡ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ୮୦ କୋଟିରୁ ଅଧିକ ଲୋକଙ୍କ ଆହାରର ବ୍ୟବସ୍ଥା କରିଥିଲେ । ଯାହା ଜାତିସଂଘର ଲାଭାର୍ଥୀଙ୍କ ତୁଳନାରେ  ଯଥେଷ୍ଟ ଅଧିକ ଥିଲା ।ଏଥିପାଇଁ ୨୦୨୦ରେ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ କରିଥିଲା । ଆଶିଷ ଚୌହାନ କୋଭିଡ ମହାମାରୀ ସମୟରେ ସବୁଠାରୁ ମାଗଣା ଭୋଜନ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ଆମେ ସରକାରଙ୍କ ପ୍ରତି କୃତଜ୍ଞଯେ, କରୋନା ଭଳି ମହାମାରୀ ସମୟରେ ସେ ପ୍ରତ୍ୟେକଟି ସମସ୍ୟାକୁ ସୁରୁଖୁରୁରେ ସମାଧାନ କରି ନେଇଥିଲେ । ଏହା ସହିତ ୮୦ କୋଟି ଲୋକଙ୍କୁ ଆହାର ଯୋଗାଇଥିଲେ ଏବଂ ଏବେ ମଧ୍ୟ ଯୋଗାଉଛନ୍ତି ।  ‘ଫ୍ରି ରାସନ’ ଯୋଜନା ବା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଗରିବ ଶ୍ରେଣୀର ଭାରତୀୟ ନାଗରିକଙ୍କୁ ରକ୍ଷା କରିଛି, ଯାହା  ଚୀନ୍‌ ଭଳି ରାଷ୍ଟ୍ରରେ ଅସମ୍ଭବ ହୋଇପଡ଼ିଛି ଏବଂ ଏହାର ଭିଡ଼ିଓ ମଧ୍ୟ ଆମକୁ ଦେଖିବାକୁ ମିଳିଛି । ଭାରତରେ ଦୁଇ ବର୍ଷରୁ ଅଧିକ ମାଗଣା ରାସନ ପାଉଥିବା ଲୋକଙ୍କ ସଂଖ୍ୟା ସମଗ୍ର ଇଉରୋପ, ଆମେରିକା, ମେସ୍କିକୋ, କାନାଡା ଏବଂ ସମସ୍ତ ଦକ୍ଷିଣ ଆମେରିକୀୟ ଦେଶର ଜନସଂଖ୍ୟାଠାରୁ ମଧ୍ୟ ଅଧିକ।

ଚୌହାନ କୋଲକାତାରେ କହିଛନ୍ତିଯେ, ୨୦୨୦ ଯୁକ୍ତରାଷ୍ଟ୍ର ବିଶ୍ୱବିଦ୍ୟାଳୟକୁ ୧୧ କୋଟି ଲୋକଙ୍କୁ ଭୋଜନ ଯୋଗାଇ ଥିବାରୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।  ଯାହା ଭାରତର ୮୦ କୋଟି ଲୋକଙ୍କ ତୁଳନାରେ ମାତ୍ର ୧୪ ପ୍ରତିଶତ । ଯେଉଁମାନଙ୍କୁ ମହାମାରୀ ସମୟରେ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଇଥିଲା । ତେଣୁ ଏହାକୁ ଆକଳନ କରି ନୋବେଲ ଶାନ୍ତି ପୁରସ୍କାର କମିଟି ମାନବୀୟ ସହାୟତା ପାଇଁ ଭାରତର ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସରକାରଙ୍କୁ ଏହି ସମ୍ମାନ ପ୍ରଦାନ କରିବା ଉପରେ  ବିଚାର ବିମର୍ଷ କରିବା ଉଚିତ୍‌ ବୋଲି କହିଛନ୍ତି ଆଶିଷ୍‌ ଚୌହାନ୍‌ ।

Latest Posts

Don't Miss