ଜି-୨୦ ସମ୍ମିଳନୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କଲେ ଜୋ ବାଇଡେନ୍

1 min read

ନୂଆଦିଲ୍ଲୀ: ଜାପାନର ହିରୋସିମାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଶନିବାର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖି ଆଲିଙ୍ଗନ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।  ପ୍ରତିବଦଳରେ ମୋଦି ମଧ୍ୟ ତାଙ୍କୁ ଆଲିଙ୍ଗନ କରିଥିଲେ । ଭାରତ ଓ ଆମେରିକାର ଏଭଳି ସମ୍ପର୍କକୁ ହୁଏତ ଚୀନ୍ ହଜମ କରିନପାରେ ।

ଏହି ବୈଠକରେ ଜାପାନ ଓ ଆମେରିକା ବ୍ୟତୀତ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, କାନାଡା, ଇଟାଲି ସମେତ ୟୁରୋପୀୟ ସଂଘର  ପ୍ରତିନିଧିମାନେ ସାମିଲ ହୋଇଥିଲେ । ବୈଦେଶିକ ସଚିବ ବିନୟ କ୍ୱାତ୍ରାଙ୍କ ମୁତାବିକ ଏହି ବୈଠକରେ ସମ୍ପର୍କ ସୁଦୃଢ, ପ୍ରତିରକ୍ଷା, ଆର୍ଥିକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ସୀମା ପ୍ରସଙ୍ଗ, ଖାଦ୍ୟ ଓ ସ୍ୱାସ୍ଥ୍ୟ ବ୍ୟତୀତ ବିକାଶ ବ୍ୟତୀତ ଡିଜିଟାଲିକରଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି ସମ୍ପର୍କରେ ଆଲୋଚନା କରାଯିବ ।

ତେବେ  ଜି-୨୦ ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ହିରୋସିମାରେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଲୋକାର୍ପିତ କରିଥିଲେ । ଏହି ଅବସରରେ ସେ କହିଥିଲେ, ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ବୋଧୀ ବୃକ୍ଷ ଉପହାର ସ୍ୱରୂପ ଦିଆଯାଇଥିଲା, ତାକୁ ହିରୋସିମାରେ ଲଗାଯାଇଛି । ଯାହାଫଳରେ ଲୋକେ ଏଠାକୁ ଆସିଲେ ଶାନ୍ତିର ମହତ୍ୱକୁ ବୁଝିବେ ।

ତେବେ ଗାନ୍ଧିଜୀଙ୍କ ପ୍ରତିମାଟି ମୋତୋୟାସୁ ନଦୀ ନିକଟ ଐତିହାସିକ ଏ-ବମ୍ବ ଡୋମ୍ ପାଖରେ ସ୍ଥାପିତ ହୋଇଛି । ୪୨ ଇଞ୍ଚ ଲମ୍ବ କାଂସ୍ୟ ପ୍ରତିମାକୁ ନିର୍ମାଣ କରିଛନ୍ତି ପଦ୍ମଭୂଷଣରେ ସମ୍ମାନିତ ରାମ ବନଜୀ ସୁତାର । ଏହି ସ୍ଥାନ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ।