ରାମ ମନ୍ଦିର ଆନ୍ଦୋଳନକୁ ସ୍ୱାଧିନତା ସଂଗ୍ରାମ ସହ ତୁଳନା କଲେ ପ୍ରଧାନମନ୍ତ୍ରୀ

Modi At Ram Mandir Bhumi Pujan

ଅଯୋଧ୍ୟା: ଅନେକ ବର୍ଷର ଅପେକ୍ଷାର ଅନ୍ତ ହୋଇଛି । ଅଯୋଧ୍ୟାରେ ହିନ୍ଦୁଙ୍କ ଆରାଧ୍ୟ ଶ୍ରୀରାମଙ୍କ ପାଇଁ ନିର୍ମାଣ ହେବ ବିଶାଳ ମନ୍ଦିର । ମନ୍ଦିରର ଭୂମିପୂଜା କରି ପ୍ରଧାନମନ୍ତ୍ରୀ ରାମ ମନ୍ଦିର ଆନ୍ଦୋଳନକୁ ଦେଶର ସ୍ୱାଧୀନତା ସଂଗ୍ରାମ ସହ ତୁଳନା କରିଛନ୍ତି । ରାମ ମନ୍ଦିରର ଆଧାର ଶୀଳା ୧୨.୪୪ ମିନିଟ୍ ୮ ସେକେଣ୍ଡରୁ ୧୨.୪୪ ମିନିଟ ୪୦ ସେକେଣ୍ଡ୍ ମଧ୍ୟରେ ପ୍ରଧାନମନ୍ତ୍ରୀ ରଖିଥିଲେ । ଏହାପରେ ସେ ନିଜ ବକ୍ତବ୍ୟ ରଖିଥିଲେ ।

ଜୟ ଶ୍ରୀରାମ ନୁହେଁ ଜୟ ସିୟା ରାମରୁଆରମ୍ଭ

ପ୍ରଧାନମନ୍ତ୍ରୀ ମୋଦି ଜୟ ଶ୍ରୀରାମରୁ ନୁହେଁ ଆଜି ଜୟ ସିୟାରାମରୁ ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ । ସେ କହିଥିଲେ ଯେ, ଆଜି ଏଠାରେ ଉପସ୍ଥିତ ରହିବା ମୋର ସୋଭାଗ୍ୟ । ସେ କହିଥିଲେ ଯେ, ଆଜି ଶ୍ରୀରାମଙ୍କ ଜୟଘୋଷ କେବଳ ସିୟାରାମଙ୍କ ମାଟି ନୁହେଁ ପୁରା ବିଶ୍ୱରେ ଶୁଣାଯାଉଛି । ସମଗ୍ର ବିଶ୍ୱର କୋଟି କୋଟି ରାମଭକ୍ତଙ୍କୁ ଏହି ମୁହୂର୍ତ୍ତର  କୋଟି କୋଟି ଶୁଭେଛ ।

ram mandir silanyas

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ଷ ବର୍ଷ ଧରି ତମ୍ବୁ ତଳେ ରହିଥିବା ରାମଲାଲାଙ୍କ ପାଇଁ ଏବେ ଏକ ଭବ୍ୟ ମନ୍ଦିରର ନିର୍ମାଣ ହେବ । ଭାଙ୍ଗିବା ଓ ପୁଣି ଛିଡା ହେବା ,ଶହ ଶହ ବର୍ଷ ଧରି ଚାଲିଥିବା ଏହି ବ୍ୟତିକ୍ରମରୁ ଆଜି ରାମ ଜନ୍ମଭୂମି ମୁକ୍ତ ହୋଇଛି । ଶତାବ୍ଦୀର ଅପେକ୍ଷାର ଆଜି ଅନ୍ତ ହୋଇଛି ।

ରାମ ମନ୍ଦିର ଆନ୍ଦୋଳନକୁ ସ୍ୱାଧିନତା ଆନ୍ଦୋଳନ ସହ କଲେ ତୁଳନା

ପ୍ରଧାନମନ୍ତ୍ରୀ ରାମ ମନ୍ଦିର ଆନ୍ଦୋଳନକୁ ସ୍ୱାଧିନତା ସଂଗ୍ରାମ ସହ ତୁଳନା କରିଛନ୍ତି ।ସେ କହିଥିଲେ ଯେ, ଆମର ସ୍ୱାଧିନତା ସଂଗ୍ରାମ କାଳରେ ଅନେକ ପୀଢି ନିଜର ସବୁକିଛି ସମର୍ପଣ କରିଥିଲେ । ଦାସତାର କାଳଖଣ୍ଡରେ ଏମିତି କୌଣସି ସମୟ ନଥିଲା ଯେତେବେଳେ ସ୍ୱାଧିନତା ପାଇଁ ଆନ୍ଦୋଳନ ହୋଇନଥିଲା ।  ଦେଶର କୌଣସି ଭୂଭାଗ ଏମିତି ନଥିଲା ଯେଉଁଠି ସ୍ୱାଧିନତା ପାଇଁ ଆନ୍ଦୋଳନ ହୋଇନଥିଲା ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ , ରାମମନ୍ଦିର ପାଇଁ ଚାଲିଥିବା ଆନ୍ଦୋଳନରେ ଅର୍ପଣ ବି ଥିଲା ତର୍ପଣ ବି ଥିଲା । ସଂଘର୍ଷ ମଧ୍ୟ ଥିଲା । ସଂକଳ୍ପ ମଧ୍ୟ ରହିଥିଲା ।  ଯେଉଁମାନଙ୍କ ତ୍ୟାଗ,ବଳିଦାନ ଓ ସଂଘର୍ଷ ପାଇଁ ଆଜି ଏହି ସ୍ୱପ୍ନ ସାକାର ହୋଇଛି,ଯେଉଁମାନଙ୍କ ତପସ୍ୟା ପାଇଁ ରାମ ମନ୍ଦିର ଆଜି ନିର୍ମାଣ ହେବାକୁ ଯାଉଛି ମୁଁ ସେ ସମସ୍ତଙ୍କୁ ଆଜି ୧୩୦ କୋଟି ଦେଶବାସୀଙ୍କ ପକ୍ଷରୁ ନମନ କରୁଛି ।  ରାମ ଆମ ମନରେ ଅଛନ୍ତି । ରାମ ଆମ ଭିତରେ ଅଛନ୍ତି । କୌଣସି କାମ କରିବା ନିମନ୍ତେ ପ୍ରେରଣା ପାଇଁ ଆମେ ରାମଙ୍କୁ ଦେଖୁ । ଭଗବାନ ରାମଙ୍କ ଅପାର ଶକ୍ତିକୁ ଦେଖନ୍ତୁ, ମନ୍ଦିର ଭାଙ୍ଗି ଦିଆଗଲା,ଅସ୍ତିତ୍ୱ ଲୋପ କରିବାକୁ ଅନେକ ପ୍ରୟାସ ହୋଇଥିଲା କିନ୍ତୁ ରାମ ଆଜି ମଧ୍ୟ ଆମ ମନରେ ଅଛନ୍ତି । ଆମ ସଂସ୍କୃତିର ଆଧାର ହେଉଛନ୍ତି ରାମ । ଶ୍ରୀରାମ ଭାରତର ମର୍ଯ୍ୟଦା । ଭାଷଣ ମଝିରେ ପ୍ରଧାନମନ୍ତ୍ରୀ ଭାରତର ଚାରିଧାମକୁ ମନେ ପକାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ମଧ୍ୟ ନେଇଥିଲେ ।

Leave a Reply