LACରେ ଚୀନର ହରକତ୍, ରକ୍ଷା ମନ୍ତ୍ରୀ ଓ ୩ ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

1 min read

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ । ସୀମାରେ ଉତ୍ତେଜନା ବଢ଼ୁଥିବା ବେଳେ ଦିଲ୍ଲୀରେ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନର ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ଥିତି କେମିତି ଅଛି ? ଏହା ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତିନି ସେନାର ମୁଖ୍ୟଙ୍କ ସହ ମୋଦି ଆଲୋଚନା କରୁଛନ୍ତି ।

ଲଦାଖରେ ଚୀନ ପକ୍ଷରୁ ବାରମ୍ବାର ସୈନିକଙ୍କ ସଂଖ୍ୟା ବଢ଼ାଯାଉଛି । ଏହାକୁ ଦେଖି ଭାରତ ଏବେ ସେଠାରେ ସଂଖ୍ୟା ବଢ଼ାଇବାକୁ ଚିନ୍ତା କରୁଛି । ବିଗତ ଦିନରେ ଡ୍ରାଗନ ସହ ଭାରତୀୟ ସେନା ମୁହାଁମୁହିଁ ହେବାପରେ ନୂଆଦିଲ୍ଲୀ ଲଦାଖ ଉପରେ କଡ଼ା ନଜର ରଖିଛି ।

କିଛିଦିନ ତଳେ ଭାରତ ଓ ଚୀନ ନାଗରିକଙ୍କ ମଧ୍ୟରେ ପୂର୍ବ ଲଦାଖ ଓ ସିକ୍କିମର ନାକୁ ଲା ସେକ୍ଟରରେ ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । କେବଳ ଲଦାଖ କାହିଁକି ଗତ ମାସେ ହେଲା ଚୀନ ଓ ଭାରତ ମଧ୍ୟରେ ୩ଟି ଅଞ୍ଚଳକୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଭାରତ ସୀମା ନିକଟରେ ଚୀନ ହେଲିକପ୍ଟର, ଉତ୍ତର ଦେବାକୁ ଉଡିଲେ ଭାରତୀୟ ଯୁଦ୍ଧ ବିମାନ

ପଶ୍ଚିମ ସେକ୍ଟର ଲଦାଖ, ପୂର୍ବ ସେକ୍ଟର ଉତ୍ତର ସିକ୍କିମ ଓ ଉତ୍ତରାଖଣ୍ଡ ନିକଟରେ ୨ ଦେଶ ମୁହାଁମୁହିଁ ହୋଇଛନ୍ତି । ଏବେ ୫୦୦ରୁ ଅଧିକ ଚୀନ ସୈନିକ ଏଲଏସିକୁ ଚାଲି ଆସିଥିଲେ । ମେ ପ୍ରଥମ ସପ୍ତାହରେ ସେନା ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ । ଏପରିକି ସୀମାରେ ଚୀନ ହେଲିକପ୍ଟର ଉଡ଼ିବା ପରେ ଭାରତ ମଧ୍ୟ ଯୁଦ୍ଧ ବିମାନ ଉଡ଼ାଇବାକୁ ବାଧ୍ୟ ହୋଇଥିଲା ।

ସେନା କମାଣ୍ଡର ମେ ୨୭ରୁ ୨୯ ଯାଏଁ ଦିଲ୍ଲୀ ଦ୍ୱିବାର୍ଷିକ ସମ୍ମିଳନୀରେ ଯୋଗଦେବାକୁ ଯାଉଛନ୍ତି । ଲଦାଖରେ ଚୀନ ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ସମ୍ମିଳନୀରେ ବରିଷ୍ଠ ଅଧିକାରୀ ଭାଗ ନେବେ । ବୈଠକର ଅନ୍ୟ ପର୍ଯ୍ୟାୟ ଜୁନ୍ ଶେଷରେ ଆୟୋଜିତ ହେବ । ଏପ୍ରିଲରେ ସମ୍ମିଳନୀ ଆୟୋଜିତ ହେବାକୁ ଥିବାବେଳେ ଲକଡାଉନ୍ ପାଇଁ ସ୍ଥଗିତ କରାଯାଇଥିଲା ।

ସିକ୍କିମ୍ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ: ଉଭୟ ଦେଶର ସେନା ଆହତ

Leave a Reply