spot_img

Latest Posts

ମୋଦିଙ୍କ ଘରେ ରହୁଥିବା ଆବ୍ବାସ ଏବେ କେଉଁଠି ?

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୮ ତାରିଖରେ ମା’ ହୀରାବେନଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଏକ ବ୍ଲଗ୍ ଲେଖିଥିଲେ। ଏହି ବ୍ଲଗ୍ ରେ ମୋଦି ନିଜ ମା’ଙ୍କ ଜନ୍ମ ଠାରୁ ଆଜି ପର୍ଯ୍ୟନ୍ତର ସବୁ କାହାଣୀ ଲେଖିଛନ୍ତି।

ଏହି ବ୍ଲଗରେ ମୋଦୀ ତାଙ୍କ ପିଲାଦିନର ବନ୍ଧୁ ଅବ୍ବାସଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ପିତା ଦାମୋଦର ଦାସଙ୍କର ଜଣେ ମୁସଲମାନ ବନ୍ଧୁ ଥିଲେ। ବନ୍ଧୁଙ୍କ ମୃତ୍ୟୁ ପରେ ବାପା ଅବ୍ବାସଙ୍କୁ ଆମ ଘରକୁ ଆଣିଥିଲେ। ସେବେଠାରୁ ଅବ୍ବାସ ଆମ ସହ ରହି ପାଠ ପଢୁଥିଲେ । ଏମିତିକି ଇଦରେ ଅବ୍ବାସଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ରନ୍ଧାଯାଉଥିଲା।

ତେବେ ମୋଦୀ କହିଛନ୍ତି ଯେ ଅବ୍ବାସ ବର୍ତ୍ତମାନ କେଉଁଠାରେ ଅଛନ୍ତି ସେ ଜାଣି ନାହାଁନ୍ତି? ହେଲେ ଏହି ଘଟଣା ପରେ ସବୁଠି ଏବେ ଅବ୍ବାସଙ୍କୁ ଖୋଜା ଚାଲିଛି । କିନ୍ତୁ ଏବେ ସୋସିଆଲ୍ ମିଡିଆରେ ଏକ ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଫଟୋକୁ ଅବ୍ବାସଙ୍କ ବୋଲି କୁହାଯାଉଛି ।

Latest Posts

Don't Miss