ଅହଙ୍କାରୀ ଦିଦିକୁ ସମସ୍ତେ ଛାେଟ ଲାଗୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

1 min read

କୋଲକାତା: ପଶ୍ଚିମବଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ରାଲି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଆସନସୋଲରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହା ପରେ ସେ ଗଙ୍ଗାରାମପୁରରେ ହେବାକୁ ଥିବା ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଆସନସୋଲରେ ପ୍ରଧାନମନ୍ତ୍ରୀ ମୋଦି ଜନସଭାରେ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମାନଙ୍କ ଅନେକ ବୈଠକରେ ମମତା ବାନାର୍ଜୀ ଯୋଗ ଦେଇନାହାଁନ୍ତି। ସେ ଅହଙ୍କାରରେ ନିଜକୁ ଏତେ ବଡ ଭାବୁଛନ୍ତି ଯେ ଅନ୍ୟମାନେ ସବୁ ତାଙ୍କୁ ଛୋଟ ଲାଗୁଛନ୍ତି।

ପ୍ରଧାନମନ୍ତ୍ରୀ ମାନଙ୍କ ବୈଠକରେ ସେ ବିଭିନ୍ନ ଆଳ ଦେଖାଇ ସାମିଲ ହୋଇନାହାଁନ୍ତି । କରୋନା ଲାଗି ହୋଇଥିବା ଗତ ୨ଟି ବୖେଠକରେ ସବୁ ମୁଖ୍ୟମନ୍ତ୍ରୀ ଆସିଥିବା ବେଳେ କେବଳ ଦିଦି ଆସିନଥିଲେ । ସେହିପରି ନିତି ଆୟୋଗର ଗଭର୍ଣ୍ଣିଂ କାଉନସିଲରେ ଅନ୍ୟ ମୁଖ୍ୟମନ୍ତ୍ରୀ ମାନେ ଆସିଥିଲେ ହେଲେ ମମତା ଆସିନଥିଲେ । ଗଙ୍ଗା ମାଙ୍କ ସଫେଇ ଅଭିଯାନରେ ଦେଶରେ ଏତେ ବଡ଼ ଅଭିଯାନ ଆରମ୍ଭ ହୋଇଥିଲେ ମଧ୍ୟ ତତସମ୍ବନ୍ଧୀୟ ବୈଠକରେ ସେ ଯୋଗ ଦେଇନଥିଲେ।

ସେ ପୁଣି କହିଛନ୍ତି ୪ ପର୍ଯ୍ୟାୟ ମତଦାନ, ଟିଏମସି ଖଣ୍ଡ-ଖଣ୍ଡ ହାେଇଗଲା । ବାକି ୪ ପର୍ଯ୍ୟାୟ ମତଦାନ, ଦିଦି-ଭାଇଙ୍କ ପତ୍ତା ସାଫ୍ । ୫ମ ଚରଣ ମତଦାନରେ ମଧ୍ୟ ଜନତା ପଦ୍ମ ଫୁଲରେ ଭୋଟ୍ ଦେଇ ବିଜେପିକୁ ସରକାର ଗଠନ କରିବାରେ ବହୁମାତ୍ରାରେ ସହଯୋଗ କରିବେ ।

ଆପଣଙ୍କର ଗାେଟିଏ ଭୋଟ୍ କେବଳ ଟିଏମସିର ପତ୍ତା ସାଫ୍ କରିବ ନାହିଁ ବରଂ ରାଜ୍ୟରୁ ମାଫିଆ ରାଜ୍ୟ ଶେଷ ହୋଇଯିବ ବୋଲି ମୋଦି ସଭାରେ କହିଛନ୍ତି । ଆମେ ରାଜ୍ୟରେ ଆାଇନ୍ ବ୍ୟବସ୍ଥାକୁ ଫେରାଇ ଆଣିବୁ । ଆମେ ଏଠାରେ ଉଦ୍ୟୋଗୀକରଣ କରିବୁ । ପୋଲିସ ଓ ପ୍ରଶାସନ ମଧ୍ୟ ଆପଣଙ୍କ ସୁବିଧା ପାଇଁ କାମ କରିବେ ।

ବିକାଶ ନାମରେ ରାଜ୍ୟରେ କେବଳ ଲୁଟ୍ କରାଯାଉଛି। କେନ୍ଦ୍ରର ଅନେକ ଯୋଜନାକୁ ମମତା ଅଟକାଇ ରଖିଛନ୍ତି । ଦିଦି ଯେଉଁସବୁ ସ୍କିମକୁ ବିରୋଧ କରୁଛନ୍ତି ଆମେ ସେସବୁକୁ ଲାଗୁ କରାଇବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦି ।

Leave a Reply