ପିଏମ୍ ମୋଦିଙ୍କ ରାଲିକୁ ପଞ୍ଜାବରେ କୃଷକଙ୍କ ବିରୋଧ

PM Modi Punjab Rally Cancelled Farmers Block Highway In Gurdaspur

ଗୁରଦାସପୁର: ବିରୋଧ ପରେ ରାଲି ରଦ୍ଦ । ପଞ୍ଜାବର ଫିରୋଜପୁରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିକୁ ରଦ୍ଦ କରାଯାଇଛି । କୃଷକଙ୍କ ବିରୋଧ ପରେ ରାଲି ରଦ୍ଦ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ରାଲିକୁ ବିରୋଧ କରି କୃଷକ ସଂଗଠନ କିଷାନ ମଜଦୂର ସଂଘର୍ଷ ସମିତି ଗୁରଦାସପୁର ହାଇୱେକୁ ଜାମ୍ କରି ଦେଇଥିଲେ ।

କୃଷକ କହିଥିଲେ ଯେ ପର୍ଯ୍ୟନ୍ତ ଆମ ଦାବି ପୂରଣ ହୋଇନାହିଁ । ସେ ଯାଏ ବିଜେପିର ରାଲିକୁ ବିରୋଧ କରାଯିବ । ବ୍ଲକ ସ୍ତରରେ ମୋଦିଙ୍କ କୁଶପୁତ୍ତଳିକା ଦାହ କରିବାକୁ କୃଷକ ଚେତାବନୀ ଦେଇଛନ୍ତି । କୃଷି ଆଇନ୍ ପ୍ରତ୍ୟାହାର ପରେ ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବ ଗସ୍ତରେ ଯାଇଥାନ୍ତେ । ଅନେକ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତେ । କିନ୍ତୁ କୃଷି ଆଇନ୍ ପ୍ରତ୍ୟାହାର ପରେ ବି ପଞ୍ଜାବରେ କୃଷକଙ୍କ ରାଗ ଶାନ୍ତ ହୋଇନାହିଁ ।

ମୋଦିଙ୍କ ରାଲିକୁ ବିରୋଧ ପାଇଁ ଫିରୋଜପୁରରେ ଯୋଜନା ପ୍ରସ୍ତୁତ କରିଥିଲେ କୃଷକ । ମଙ୍ଗଳବାର ରାତିରେ କୃଷକ ନେତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ବୈଠକ କରିଥିଲେ । ଯେଉଁଥିରେ ନିଷ୍ପତ୍ତି ହୋଇଥିଲା ମାର୍ଚ୍ଚ ୧୫ରେ କୃଷକଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ଜାନୁଆରୀ ଶେଷ ସୁଦ୍ଧା ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ଆଇନ୍ ନେଇ କମିଟି ଗଠନ କରାଯିବ ।

Leave a Reply