spot_img

Latest Posts

ଉତ୍ସବ ଦିନମାନଙ୍କରେ ଭୁଲନ୍ତୁ ନାହିଁ ଯେ, କରୋନା ଏବେବି ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବଥର ଭଳି ଚଳିତ ରବିବାର ମଧ୍ୟ ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଲିମ୍ପିକ୍ସରେ ଭାଗନେଇଥିବା ଖେଳାଳିଙ୍କୁ ଉତ୍ସାହିତ କରିବାକୁ ସେ ଅପିଲ କରିଛନ୍ତି । ଏଥିସହିତ ଆସନ୍ତକାଲି ପାଳିତ ହେବାକୁ ଥିବା କାରଗିଲ୍ ଦିବସ, ଅମୃତ ମହୋତ୍ସବ ଏବଂ ସ୍ୱାଧୀନତା ଦିବସ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଏଥିସହିତ ଉତ୍ସବ ଦିନମାନଙ୍କ ଆମକୁ କରୋନା ନେଇ ସତର୍କତା ଅବଲମ୍ୱନ କରିବାର ଆବଶ୍ୟକତା ଥିବା ପ୍ରଧାନମନ୍ତ୍ର କହିଛନ୍ତି ।

 ସେ ଆହୁରି କହିଛନ୍ତି ଯେ, ଯିଏ ଦେଶପାଇଁ ତ୍ରିରଙ୍ଗ ପତାକା ଧରିଥିବା  ବ୍ୟକ୍ତିମାନଙ୍କ ନିମନ୍ତେ ସମ୍ମାନର ଆବେଗ ଆପଣାଛାଏଁ ଆସିବା ସ୍ୱାଭାବିକ । ଏହି ଦେଶାତ୍ମବୋଧକ ଭାବ ଆମ ସମସ୍ତଙ୍କୁ ଏକତ୍ର କରିଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ କି, ଏବର୍ଷ ଅଗଷ୍ଟ ୧୫ ମଧ୍ୟ ଦେଶ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ। ଏବର୍ଷ ସ୍ୱାଧୀନତାକୁ ୭୫ ବର୍ଷ ପ୍ରବେଶ କରିବ। ‘ଅମୃତ ମହୋତ୍ସବ’ ସରକାରଙ୍କର କଥା ନୁହେଁ, ୧୩୦ କୋଟି ଭାରତୀୟଙ୍କର ଆବେଗର କଥା। ମାର୍ଚ ୧୨ ତାରିଖରୁ ବାପୁଙ୍କ ସାବରମତୀ ଆଶ୍ରମରୁ ‘ଅମୃତ ମହୋତ୍ସବ’ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଆରେ ‘ଭିକ୍ଟ୍ରି ପଞ୍ଚ୍‌’ ଅଭିଯାନ ଚଳାଇ ଅଲିମ୍ପିକ୍‌ସ୍‌ରେ ଯୋଗ ଦେଇଥିବା ଭାରତୀୟ ଖେଳାଳିଙ୍କୁ ଉତ୍ସାହ ଦେବା ଲାଗି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

ଜାତୀୟ ପ୍ରଗତି ନିମନ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ଭାରତ ପାଇଁ ଆବଶ୍ୟକ ହୋଇପଡ଼ିଛି। ସେ କହିଲେ, ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ଭଳି ଦୈନନ୍ଦିନ କାର୍ଯ୍ୟ ସହ ମଧ୍ୟ ଆମେ ଦେଶ ଗଠନ କରିପାରିବା। ଆ‌ମ ଦେଶର ଆଞ୍ଚଳିକ ଉଦ୍ୟୋଗୀ, ଶିଳ୍ପୀ, କାରିଗର ଏବଂ ବୁଣାକାରମାନଙ୍କୁ ସହାୟତା କରିବା ଲାଗି ଆମର ଆନ୍ତରିକତା ରହିବା ଉଚିତ ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଝାଡ଼ଖଣ୍ଡ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର: ୩ ଜଣଙ୍କୁ ଅଟକ ରଖିଛି ପୋଲିସ

Latest Posts

Don't Miss