ଗଗନଯାନ ମିଶନରେ ମହାକାଶକୁ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ଘୋଷଣା

ବେଙ୍ଗାଲୁରୁ: ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ। ଗଗନଯାନରେ ମହାକାଶ ଯିବେ ୪ ଟେଷ୍ଟ ପାଇଲଟ। ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରେ ନାଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମାନେ ହେଲେ ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା । ଏହି ୪ ଜଣ ଟେଷ୍ଟ ପାଇଲଟ୍ ଦେଶର ବାୟୁସେନାର ସବୁ ପ୍ରକାର ଫାଇଟର ଜେଟ୍ ଉଡାଇ ସାରିଛନ୍ତି । ସବୁପ୍ରକାର ଫାଇଟର ଜେଟ୍ ବିଷୟରେ ଏହି ୪ଜଣ ପାଇଲଟଙ୍କର ସବିଶେଷ ଜ୍ଞାନ ରହିଛି । ଗଗନଯାନ ପାଇଁ ଏମାନେ ଋଷ ଯାଇ ପ୍ରଶିକ୍ଷଣ ନେଇଛନ୍ତି । ଏବେ ବେଙ୍ଗାଲୁରୁ ଏଷ୍ଟ୍ରୋନଟ୍ ଟ୍ରେନିଙ୍ଗ ଫ୍ୟାସିଲିଟିରେ ଏମାନଙ୍କ ଶେଷ ଟ୍ରେନିଂ ଚାଲିଛି ।