ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି, ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା।
ସମ୍ବଲପୁର ଗସ୍ତରେ ଆସି ବସନ୍ତପୁର ଠାରେ ନବନିର୍ମିତ ସମ୍ବଲପୁର IIMର ନୂତନ କ୍ୟାମ୍ପସର ଲୋକାର୍ପଣ କରିବେ। ଏହା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

ସମ୍ବଲପୁରରେ ୧୯ ହଜାର ୪୨୨ କୋଟି ବ୍ୟୟରେ ହେବାକୁ ଥିବା NLC ତଳାବିରା ଥର୍ମାଲ ପାୱାର ପ୍ରୋଜେକ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ସହ ତାଳଚେରରେ ୧୧ ହଜାର ୮୪୪ କୋଟି ବ୍ୟୟରେ କୋଲ ବେସ ଥର୍ମାଲ ପାୱାର ପ୍ରୋଜେକ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୪ ହଜାର ୨୫୭ କୋଟି ବ୍ୟୟରେ ଶେଷ ହୋଇଥିବା ଝାରସୁଗୁଡା-ସରଡେଗା-ବରପାଲି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।

ମୋଦିଙ୍କ ଏହି ଗସ୍ତରେ ସମୁଦାୟ ୧୮ଟି ପ୍ରକଳ୍ପ ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ସ୍ଥାପନ ହେବ।