ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ଦେଶ ପାଳୁଛି ସ୍ୱାଧୀନତାର ୭୫ତମ ପୂର୍ତ୍ତି ଓ ୭୬ତମ ସ୍ୱାଧୀନତା ଦିବସ । ହର ଘର ତ୍ରିରଙ୍ଗା ଅଭିଯାନ ଆଧାରରେ ଘରେ ଘରେ ଉଡ଼ୁଛି ତ୍ରରଙ୍ଗା । ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରିଛନ୍ତି ।  ଲଗାତାର ୯ମ ଥର ପାଇଁ ଲାଲକିଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପରେ ପରେ ଦେଶର କୋଣ ଅନୁକୋଣରେ ପତାକା ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଲାଲକିଲ୍ଲାରେ ପତାକା ଉତ୍ତୋଳନ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସୁରକ୍ଷା ଏପରି ଯେ ଗୋଟିଏ ପକ୍ଷୀ ମଧ୍ୟ ଉଡ଼ି ପାରବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଦୁର୍ଗରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି । ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇଛନ୍ତି । ସଂଗ୍ରାମୀଙ୍କ ଶ୍ରେଷ୍ଠ ବଳିଦାନ ପାଇଁ ଆଜି ଭାରତୀୟ ଗର୍ବିତ ଆଉ ସ୍ୱାଧୀନ ମନେ କରୁଛନ୍ତି । ସେଇ ମହାପୁରୁଷଙ୍କୁ ଆଜି ପ୍ରଣାମ କରିବା ।