ଜାପାନ ପ୍ରଧାନମନ୍ତ୍ରୀଙ୍କୁ ‘କୃଷ୍ଣ ପଙ୍ଖା’ ଭେଟି

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋଦିଙ୍କ ବିଶେଷ ଉପହାର । ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ସ୍ୱତନ୍ତ୍ର ଉପହାର ‘କୃଷ୍ଣ ପଙ୍ଖା’ ଦେଇଛନ୍ତି । ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦିଆଯାଇଥିବା ‘କୃଷ୍ଣ ପଙ୍ଖା’ ଦେଖିବାକୁ ଅତ୍ୟନ୍ତ ସୁନ୍ଦର । ଚନ୍ଦନ କାଠରେ ନିର୍ମିତ  ଏହି ‘କୃଷ୍ଣ ପଙ୍ଖା’କୁ ରାଜସ୍ଥାନର କାରିଗର ତିଆରି କରିଛନ୍ତି । ସୂଚନା ଅନୁସାରେ କାରିଗରମାନେ ଏହାକୁ ପାରମ୍ପାରିକ ପଦ୍ଧତିରେ ତିଆରି କରିଛନ୍ତି । ‘କୃଷ୍ଣ ପଙ୍ଖା’ରେ ଅତି ସୁନ୍ଦଭାବରେ ଛୋଟ ଛୋଟ କାରୁକାର୍ଯ୍ୟ ମଧ୍ୟ କରାଯାଇଛି ।

‘କୃଷ୍ଣ ପଙ୍ଖା’ର କଣ ରହିଛି ମହତ୍ୱ

ଖୁବ ସୁନ୍ଦ ଦେଖାଯାଉଥିବା ‘କୃଷ୍ଣ ପଙ୍ଖା’ର ଉପର ଭାଗରେ ଭାରତର ଜାତୀୟ ପକ୍ଷୀ ମୟୁରର ଚିତ୍ର ଖୋଦିତ କରାଯାଇଛି । ଏହାର ଆକୃତି ପାରମ୍ପାରିକ ହାତ ପଙ୍ଖା ଭଳି ରହିଛି । ଏବଂ ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ମୁଦ୍ରାଗୁଡ଼ିକୁ ମଧ୍ୟ ଦେଖାଯାଇଛି ଯାହା ପ୍ରେମ, ଦୟା ଏବଂ କରୁଣାର ପ୍ରତିକ ।

ସୂଚନା ଅନୁସାରେ, ପଙ୍ଖା ଉପରେ ପାରମ୍ପାରିକ ଉପକରଣ ମାଧ୍ୟମରେ ବିଭିନ୍ନ ଚିତ୍ରଣ କରାଯାଇଛି । ଏଥିରେ ଘୁଙ୍ଗୁର ଲାଗିଛି ଯାହାଦ୍ୱାରା ଏହାକୁ ଚଳାଇଲେ ଏଥିରୁ କିଛି ସକାରାତ୍ମକ ଶବ୍ଦ ବାହାରିବ ।