ଏ ରାଷ୍ଟ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପାଖରେ କୃତଜ୍ଞ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସମ୍ପୂର୍ଣ୍ଣ ଦେଶ ସ୍ୱାଧୀନତାର ଉତ୍ସବରେ ଡୁବିଛି । ପୁରଠୁ ପଲ୍ଲୀ ସବୁଠି ତ୍ରିରଙ୍ଗାମୟ ଦେଖାଯାଇଛି । ହରଘର ତ୍ରିରଙ୍ଗା ଅଭିଯାନ ଆଧାରରେ ଭାରତ ତିନି ରଙ୍ଗାରେ ରଙ୍ଗେଇ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ମ ଥର ପାଇଁ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ୨୧ତୋପର ସଲାମ ଦିଆଯାଇଛି । ଲାଲକିଲ୍ଲାରେ ଏହି ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଲାଲକିଲ୍ଲା ଦୁର୍ଗରୁ ସେ ଦେଶ ସମ୍ମୁଖରେ ୫ଟି ସଂକଳ୍ପ କରଖିଛନ୍ତି ଏବଂ ତ୍ରିଶକ୍ତିର ମନ୍ତ୍ର ଦେଇଛନ୍ତି । ଏହି ଅବସରରେ ସେ ଗାନ୍ଧିଜୀ, ନେହେରୁ, ସାବରକରଙ୍କ ଉଲ୍ଲେଖ କରିଥିଲେ । ନାରୀ ଶକ୍ତିର ସମ୍ମାନ ଏବଂ ଗୌରବର କଥା କହି ଭାବୁକ ହୋଇଯାଇଥିଲେ । ଯଦି ଆମେ ନିଜେ ନିଜକୁ ପ୍ରଶଂସା କରିବା ତେବେ ଆମର ସ୍ୱପ୍ନ ଦୂରକୁ ଚାଲିଯିବ । ଏଥିପାଇଁ ଆମେ କେତେ ବି ସଘର୍ଷ କରିଥାଉନା କାହିଁକି ଏହା ସତ୍ତ୍ୱେ ଯେତବେଳେ ଆଜି ଆମେ ଅମୃତ କାଳରେ ପ୍ରବେଶ କରୁଛେ, ତେବେ ଆଗାମୀ ୨୫ ବର୍ଷ ଦେଶ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଆଜି ମୁଁ ଲାଲକିଲ୍ଲାରୁ ୧୩୦ କୋଟି ଲୋକଙ୍କୁ ଆହ୍ୱାନ କରୁଛି । ଆଗାମୀ ୨୫ ବର୍ଷ ପାଇଁ ମଧ୍ୟ ଆମରକୁ ସେହି ପାଞ୍ଚ ସଂକଳ୍ପ ଉପରେ କେନ୍ଦ୍ରିତ କରିବାକୁ ହେବ । ୨୫ ବର୍ଷ ପରେ ଅର୍ଥାତ ୨୦୪୭ରେ ଯେତବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂରିଯିବ, ସେପର୍ଯ୍ୟନ୍ତ ସୁଦ୍ଧା ସବୁ କାର୍ଯ୍ୟ ଶେଷ ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଥିଲେ, ଲାଲ ବାହାଦୂରଙ୍କ ଜୟ ଯବାନ, ଜୟ କିଷାନର ସ୍ଲୋଗାନକୁ ମନେ ରଖିଥାଉ । ପରେ ଅଟଳ ବିହାର ବାଜପେୟୀ ଜୟ ବିଜ୍ଞାନ ସ୍ଲୋଗାନ ଦେଇଥିଲେ । ଏବେ ଏଥିରେ ଆଉ ଏକ ସ୍ଲୋଗାନ ଜୟ ଅନୁସନ୍ଧାନ ଯୋଡ଼ିହେବା ଆବଶ୍ୟକ । କାରଣ ଭାରତ ଅନୁସନ୍ଧାନ ଦିଗରେ ବେସ୍ ଦ୍ରୁତରେ କାର୍ଯ୍ୟ କରୁଛି । ତେଣୁ ଅନୁସନ୍ଧାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଜୟ ଅନୁସନ୍ଧାନ ଶବ୍ଦ ଯୋଡ଼ି ହେଉଛି ।

ପ୍ରଥମ ସଂକଳ୍ପ: ଏବେ ଦେଶ ବଡ଼ ସଙ୍କଳ୍ପ ନେଇ ଚାଲୁ । ବହୁତ ବଡ଼ ସଂକଳ୍ପ ନେଇ ଯିବାକୁ ହେବ । ବଡ଼ ସଂକଳ୍ପ ହେଉଛି, ବିକଶିତ ଭାରତ ।

ଦ୍ୱିତୀୟ ସଂକଳ୍ପ: ଆମ ମନ ଭିତରେ କୌଣସି ବି କୋଣରେ ଗୋଟିଏ ବି ଅଂଶ ଯଦି ରହେ ତେବେ ଏହାକୁ କୌଣସି ବି ସ୍ଥିତିରେ ଜୀବିତ ନରଖିବା ଆବଶ୍ୟକ । ସହର୍ଷ ବର୍ଷର ଗୁଲମି ଆମକୁ ବାନ୍ଧି ରଖିଛି, ଏଥିରୁ ଆମକୁ ମୁକ୍ତି ପାଇବା ଦରକାର ।

ତୃତୀୟ ସଂକଳ୍ପ: ଆମେ ଆମର ପୂର୍ବପୁରୁଷଙ୍କ ଉପରେ ଗର୍ବ କରିବା ଆବଶ୍ୟକ । ଆମ ଐତିହ୍ୟକୁ ନେଇ ଆମେ ଗର୍ବିତ ହେବା ଆବଶ୍ୟକ ।

ଚତୁର୍ଥ ସଂକଳ୍ପ: ଏକତା ଏବଂ ସଂଗଠିତ । ୧୩୦ କୋଟି ଦେଶବାସୀଙ୍କ ମଧ୍ୟରେ ଏକତା । ନା କେହି ନିଜର ନା କେହି ପର । ଏକତାର ଶକ୍ତି ଗୋଟିଏ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନ ପାଇଁ ଆମେ ସଂକଳ୍ପ ନେବା ।

ପଞ୍ଚମ ସଂକଳ୍ପ; ନାଗରିକଙ୍କ କର୍ତ୍ତବ୍ୟ ଯେଉଁଥିରେ ପ୍ରଧାନମନ୍ତ୍ରୀ ମଧ୍ୟ ଅନ୍ତର୍ଭୁକ୍ତ । ଆଗାମୀ ୨୫ ବର୍ଷର ସ୍ୱପ୍ନକୁ ପୂରଣ କରିବା ପାଇଁ ବହୁତ ବଡ଼ ପ୍ରାଣଶକ୍ତି ହେଉଛନ୍ତି ନାଗରିକ । ଯେତବେଳେ ସ୍ୱପ୍ନ ବଡ଼ ଥାଏ ସେତବେଳେ ସଂକଳ୍ପ ମଧ୍ୟ ବଡ଼ ହୋଇଥାଏ ।