ଅଲମ୍ପିକ ଗୋଲ୍ଡ ମେଡାଲ ବିଜେତା ନିରଜଙ୍କୁ ଚୁରମା ଲଡୁ ଖୁଆଇଲେ ମୋଦି, ସିନ୍ଧୁଙ୍କୁ ଆଇସକ୍ରିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରା । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଗୋଲ୍ଡୋନ ବୟ ନୀରଜ ଚୋପ୍ରାଙ୍କୁ ତାଙ୍କର ମନ ପସନ୍ଦର ଚୁରମା ଲଡୁ ଖୁଆଇଛନ୍ତି। କେବଳ ସେତିକି ନୁହେଁ ଅଲିମ୍ପିକରେ ବ୍ରୋଞ୍ଜ ମେଡାଲ ଜିତିଥିବା ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁଙ୍କୁ ଆଇସକ୍ରୀମ୍ ପାର୍ଟି ଦେଇଛନ୍ତି। ସିନ୍ଧୁ ଅଲିମ୍ପିକ ଇତିହାସରେ ଦୁଇଟି ମେଡଲା ଜିତିଥିବା ପ୍ରଥମ ଭାରତୀୟ ଖେଳାଳି। ପ୍ରଧାନମନ୍ତ୍ରୀ ଟୋକିଓ ଅଲିମ୍ପିକରେ ଯୋଗ ଦେଇଥିବା ସମସ୍ତ ଭାରତୀୟ ଖେଳାଳିଙ୍କୁ ସୋମବାର ଭେଟିଛନ୍ତି । ଅଗଷ୍ଟ ୧୫ରେ ଭାରତର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଏହି ସମସ୍ତ ଖେଳାଳିମାନେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଖେଳାଳିଙ୍କୁ ୧୬ ଅଗଷ୍ଟରେ ବ୍ରେକଫାଷ୍ଟରେ ଭେଟିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ସୁନା ପୁଅ ନୀରଜ ଚୋପ୍ରାଙ୍କୁ ଚୁରମା ଖୁଆଇଥିଲେ। ସେଭଳି ଦେଶର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ପୁରା କରି ତାଙ୍କ ସହ ଆଇସକ୍ରୀମ୍ ଖାଇଥିଲେ। ଉଲ୍ଲେଖନୀୟ ଯେ, ଅଲିମ୍ପିକରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସିନ୍ଧଙ୍କୁ ପ୍ରତିଶୃତି ଦେଇଥିଲେ ମେଡାଲ ଆଣିଲେ ତାଙ୍କୁ ଆଇସକ୍ରୀମ୍ ଖୁଆଇବେ।

୪୧ ବର୍ଷ ପରେ ଭାରତୀୟ ହକି ଟିମ୍ ଦେଶକୁ ଅଲିମ୍ପିକରେ ପଦକ ଦେବାରେ ସଫଳ ହୋଇଥିଲା । ଟିମ୍ ପ୍ରଧାନମନ୍ତ୍ରୀଙ୍କୁ ଅଟୋଗ୍ରାଫ୍ ଥିବା ଏକ ହକି ଷ୍ଟିକ୍ ଦେଇଛନ୍ତି। କାର୍ଯ୍ୟକ୍ରମରେ କୁସ୍ତୀରେ ରୌପ୍ୟ ମେଡାଲ ଜିତିଥିବା ରବି ଦହିୟା, ବ୍ରୋଞ୍ଜ ମେଡାଲର ଜିତିଥିବା ବଜରଙ୍ଗ ପୁନିଆ, ରୌପ୍ୟ ପଦକ ଜିତିଥିବା ୱେଟଲିଫ୍ଟର ମୀରାବାଇ ଚାନୁ, ବ୍ରୋଞ୍ଜ ମେଡାଲ ଜିତିଥିବା ବକ୍ସର ଲଭଲିନା ବୋରେଗୋହନଙ୍କ ସହିତ ଭିନେଶ ଫୋଗାଟ୍, ସୋନମ ମଲିକ, ଦୀପକ ପୁନିଆଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ବେଶ୍ କିଛି ସମୟ ବିତାଇଥିଲେ।

Leave a Reply