ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

1 min read

କାର୍ଗିଲ: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।  ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ କାର୍ଗିଲର ସେନା କ୍ୟାମ୍ପରେ ପହଁଚିଛନ୍ତି ମୋଦି । ଚଳିତ ବର୍ଷ ମଧ୍ୟ ମୋଦି ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ କରିବେ ।  ଲଗାତର ୯ ବର୍ଷ ଧରି ମୋଦି ଯବାନଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି । ଯବାନଙ୍କ ମନବୋଳ ବୃଦ୍ଧି କରିବାକୁ ବର୍ଡରରେ ପହଁଚି ସେନାବାହିନୀ ସହ ସେଲିବ୍ରେସନ କରୁଛନ୍ତି ପ୍ରଧାନମନ୍ତ୍ରୀ  ।

 ଆଜି ମୋଦି ଯବାନଙ୍କୁ ସାକ୍ଷାତ କରିବା ସହ ତାଙ୍କ ସହ ମିଶି ଚା’ ପିଇବେ ଓ ଦୀପାବଳି ପାଳନ କରିବେ। ଏହାପୂର୍ବରୁ ମଧ୍ୟ ମୋଦି ଦୀପାବଳି ଅବସରରେ ସୀମାର ଭିନ୍ନ ଭିନ୍ନ ପୋଷ୍ଟରେ ସେନା ସହ ଦୀପାବଳି ପାଳନ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦି ସେନା ସହ ଲଗାତର ଦୀପାବଳି ପାଳନ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ସେ ପ୍ରଥମଥର ସିଆଚିନରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। ସେହିପରି ଗତବର୍ଷ ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟରରେ ସେନା ସହ ଦୀପୋତ୍ସବ ପାଳନ କରିଥିଲେ।
୨୦୧୫ରେ ମୋଦି ପଞ୍ଜାବରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିବା ବେଳେ ୨୦୧୬ରେ ହିମାଚଳର କିନୌରରେ, ୨୦୧୭ ଜମ୍ମୁକଶ୍ମୀରର ଗୁରେଜ ପହଞ୍ଚିଥିଲେ। ସେହିପରି ୨୦୧୮ରେ ତିବ୍ଦତ ସୀମାରେ ପୁଲିସକର୍ମୀଙ୍କ ସହ ମୋଦି ଦୀପାବଳି ପାଳନ କରିଥିଲେ। ୨୦୧୯ରେ ଏଲ୍‌ଓସି ଓ ୨୦୨୦ରେ ଜୈସଲମେରର ଲୋଙ୍ଗେୱାଲା ପୋଷ୍ଟରେ ସେନା ଯବାନଙ୍କ ସହ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ। ଚଳିତବର୍ଷ କାର୍ଗିଲ ସୀମାରେ ପହଁଚି ଯବାନଙ୍କ ସହ ଉତ୍ସବ ମନାଇଛନ୍ତି ପ୍ରଧାନମନ୍ତ୍ରୀ  । ସେଠାରେ ପହଁଚି ଯବାନଙ୍କ ସହ ସଂଗୀତ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଛନ୍ତି  ।