ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ଲକ୍‌ଡାଉନ୍‌ ବଢ଼ାଇବାକୁ କହିଲେ ସବୁ ରାଜ୍ୟ…!

2 min read

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଅବଧି ବଢ଼ାଇବା ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ।ଦେଶରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । କେବଳ ଦୁଇଟି ରାଜ୍ୟ ଏହା ବିରାେଧରେ ନିଜ ପକ୍ଷ ରଖିଛନ୍ତି ।

ଦେଶରେ କରୋନା ମୁକାବିଲା ନେଇ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଦିନରେ କରୋନା ସହ କିଭଳି ସଫଳ ମୁକାବିଲା କରାଯାଇପାରିବ ସେନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା  କରିଛନ୍ତି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଏହାଥିଲା ପ୍ରଧାମନ୍ତ୍ରୀଙ୍କ ଚତୁର୍ଥ ବୈଠକ । ଏହି ଭିଡିଓ କନ୍‌ଫରେନ୍ସିଂରେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ ।

ଏହି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦେଶର ପ୍ରାୟତଃ ସବୁ ରାଜ୍ୟ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ଦୁଇଟି ରାଜ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ାଇବା ବିପକ୍ଷରେ ନିଜର ମତ ରଖିଛନ୍ତି ।  ସେମାନେ ହେଲେ ମେଘାଳୟ ଓ ହିମାଚଳ । ତେବେ ପ୍ରଧାନମନ୍ତ୍ର୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଲକ୍‌ଡାଉନ୍‌ ଯୋଗୁଁ ଦେଶକୁ ଅନେକ ଫାଇଦା ମିଳିଛି । ଏହି କାରଣରୁ କରୋନା ସଂକ୍ରମଣକୁ କମ୍‌ କରାଯାଇପାରିଛି । ସମସ୍ତଙ୍କ ସହଯୋଗ ଯୋଗୁଁ ଏହା ସଫଳ ହୋଇଛି ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨୮ ହଜାରରେ ପହଞ୍ଚି ସାରିଲାଣି । ସ୍ୱାସ୍ଥ୍ୟମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ୨୭୮୯୨ ରହିଛି । ଅନ୍ୟପଟେ ଏବେ ସୁଦ୍ଧା ୮୭୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ସେହିଭଳି ମୋଟ ୬୧୮୫ ଜଣ ଆକ୍ରାନ୍ତ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Modi Meeting
ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂର ଫଟୋ

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ଭିଜୟନ୍‌ ରାଜ୍ୟରେ କରୋନା ସ୍ଥିତି କିଭଳି ରହିଛି, ଏବଂ କରୋନାକୁ ନେଇ ନିଜର ପରାମର୍ଶ ଚିଠି ମଧ୍ୟମରେ ଲେଖି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । କୌଣସି କାରଣ ବସତଃ ସେ ଭିଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇପାରିନାହାନ୍ତି ।

Leave a Reply