ମୋଦି ଚାହିଁଲେ ୟୁକ୍ରେନ୍ ଯୁଦ୍ଧ ବନ୍ଦ ହେବ, ଆମେରିକା କାହିଁକି ଏମିତି କହିଲା ?
1 min readନୂଆଦିଲ୍ଲୀ: ଋୁଷ- ୟୁକ୍ରେନ ଯୁଦ୍ଧ ସରିବାର ନାଁ ନେଉନି । ବର୍ଷେ ହେଲାଣି ଚାଲିଛି ଯୁଦ୍ଧ । ଏହାର ଅନ୍ତ କେବେ ହେବ ତାହା କେହି କହି ପାରୁନାହାନ୍ତି । ଏହାରି ଭିତରେ ଏବେ ଆମେରିକା କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁଲେ ଯୁଦ୍ଧ ରୋକି ପାରିବେ । ତାଙ୍କ ପାଖରେ ଏବେ ବି ସମୟ ଅଛି ସେ ଚାହିଁଲେ ଋଷ ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇପାରିବ ।
ଏ ନେଇ ହ୍ବାଇଟ ହାଉସ ପ୍ରବକ୍ତାଙ୍କୁ ଯେତେବେଳେ ପଚରା ଯାଇଥିଲା, ଯୁଦ୍ଧ ରୋକିବାକୁ ମୋଦି ପୁଟିନଙ୍କୁ ବୁଝାଇବା ଉଚିତ କି? ଏହାପରେ ପ୍ରବକ୍ତା କହିଥିଲେ ଭାରତର ଏପରି ପ୍ରୟାସକୁ ଆମେରିକା ସମର୍ଥନ କରିବ । ପୁଟିନଙ୍କ ପାଖରେ ଏବେ ବି ସମୟ ଅଛି, ଯଦି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବୁଝାନ୍ତି ତାହାଲେ ଆମେରିକା ଏହାକୁ ସମର୍ଥନ କରିବ ।
#WATCH | I’ll let the PM speak to whatever efforts he’s willing to undertake. US would welcome any effort that could lead to an end of hostilities in Ukraine: John Kirby on being asked if there is still time for PM Modi to stop the war or convince President Putin
(Source: WH) pic.twitter.com/6BOiR3VKea
— ANI (@ANI) February 10, 2023
ହ୍ବାଇଟ ହାଉସ ପ୍ରବକ୍ତା କହିଥିଲେ ଯେ, ଏବେ ୟୁକ୍ରେନର ଯାହା ଅବସ୍ଥା ଏଥିପାଇଁ ପୁଟିନ ହିଁ ଦାୟୀ । ତେଣୁ ପୁଟିନ ଚାହିଁଲେ ଯୁଦ୍ଧ ରୋକିପାରିବେ । ଏବେ ସେଠାକାର ଲୋକ ବିନା ବିଜୁଳିରେ ରହୁଛନ୍ତି । ଲୋକଙ୍କର ଅନ୍ଧକାରରେ ରାତି ବିତୁଛି । ତେଣୁ ପୁଟିନ ଚାହିଁଲେ ଯୁଦ୍ଧ ବନ୍ଦ ହୋଇ ପାରିବ ।