ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1 min read
Modi biden

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ନୂଆ ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଆହୁରି ମଜ୍‌ଭୁତ୍‌ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ଆଶା କରୁଛି ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ଭାରତ-ଆମେରିକା ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବେ ।’

ସେହିଭଳି ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ କମଲା ହାରିସଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି । ସେ କମଲା ହ୍ୟାରିସଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, ତୁମର ସଫଳତା ଏକ ନୂଆ ରାସ୍ତା ଦେଖାଇବାକୁ ଯାଉଛି ଏବଂ ସମସ୍ତ ଭାରତୀୟ-ଆମେରିକୀୟ ନାଗରିକ ଏଥିପାଇଁ ଗର୍ବ ଅନୁଭବ କରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଜୋ ବାଇଡେନ, ଆପଣଙ୍କ ବିଜୟ ପାଇଁ ଆପଣଙ୍କୁ ଅଭିନନ୍ଦନ । ଉପରାଷ୍ଟ୍ରପତି ଥିବା ସମୟରେ, ଭାରତ-ଆମେରିକା ସମ୍ପର୍କକୁ ମଜଭୁତ୍‌ କରିବାରେ ଆପଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଅମୂଲ୍ୟ ଥିଲା । ଭାରତ-ଆମେରିକା ସମ୍ପର୍କକୁ ଅଧିକ ଉଚ୍ଚତାକୁ ନେବା ପାଇଁ ମୁଁ ପୁଣି ଥରେ ଏକାଠି କାମ କରିବାକୁ ଆଗ୍ରହୀ ।’

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଲେ ଅଭିନନ୍ଦନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଡେମୋକ୍ରାଟ୍ ନେତା ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ମଧ୍ୟ କହିଛନ୍ତି ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ତାଙ୍କ ସହ କାମ କରିବାକୁ ଆଗ୍ରହୀ ।

Leave a Reply