ନବ ଦାସଙ୍କ ମୃତ୍ୟୁ, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏଭଳି ଏକ ଦୁଃଖଦ ସମୟରେ ପରିବାର ବର୍ଗକୁ ଶାନ୍ତ୍ୱନା ଦେଇଛନ୍ତି  । ସେହିପରି ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି  । ଏଭଳି ଏକ ସମୟରେ ଦୁର୍ଘଟଣା ଘଟିବା ଏବଂ ଜୀବନ ଚାଲିଯିବା ଭଳି ସମ୍ବାଦ ସଭିଙ୍କୁ ସ୍ତମ୍ଭୀଭୁତ କରିଛି ।

୯୬୨ ମସିହା ଜାନୁଆରୀ ୭ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ସରବାହାଲରେ ଜନ୍ମଗ୍ରହଣ କରିଥିଲେ ନବକିଶୋର ଦାସ । ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ନବକିଶୋର । ଥରେ ମନ୍ତ୍ରୀ ହୋଇଥିଲେ । ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ଝାରସୁଗୁଡ଼ାରୁ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ପାଇଁ ମଧ୍ୟ ୨୦୧୪ରେ କଂଗ୍ରେସ ଟିକେଟରେ ଝାରସୁଗୁଡ଼ାରୁ ଜିତିଥିଲେ ନବ କିଶୋର ଦାସ । ୨୦୧୯ରେ ସେ ବିଜେଡିରେ ଯୋଗଦେଇ ଜିତିବା ପରେ ହୋଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।