ବିଦେଶରେ ବଢୁଛି ସଂକ୍ରମଣ ଆଲର୍ଟରେ ଭାରତ, ରିଭ୍ୟୁ ମିଟିଂ କରିବେ ମୋଦି

1 min read

ନୂଆଦିଲ୍ଲୀ: କରୋନା ସ୍ଥିତି ସମୀକ୍ଷା କରିବେ ପିଏମ୍ । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରିଭ୍ୟୁ ମିଟିଂ । ଦେଶରେ କରୋନା ସ୍ଥିତି ସମୀକ୍ଷା ପାଇଁ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି । ଚୀନରେ କରୋସ୍ଥିତି ବିସ୍ଫୋରକ ରୂପ ଧାରଣ କରିଥିବାବେଳେ ସଂକ୍ରମଣ ଗ୍ରାଫ୍ ଉପରମୁହାଁ ହୋଇଛି । ଚୀନରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାକୁ ଦେଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତା ବ୍ୟକ୍ତ କରିଛି ।

ଦେଶରେ ଜିରୋ କୋଭିଡ୍ ପଲିସି କଟକଣା ହଟିବା ପରେ ଦେଶରେ କରୋନା ସ୍ଥିତି ସାଂଘାତିକ ହୋଇଛି । ଚୀନ ସ୍ଥିତିକୁ ନଜରରେ ରଖି ଭାରତ ସରକାର ସତର୍କ ହୋଇଛନ୍ତି । ସମସ୍ତ ରାଜ୍ୟ ସରକାର ଜିନୋମ ସିକ୍ବେନ୍ସିଂକୁ ପ୍ରାଧାନ୍ୟ ଦେବାକୁ କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏବେ ବି ମହାମାରୀ ବିପଦ ଟଳିନି, ସତର୍କ ରହିବା ଆବଶ୍ୟକ ବୋଲି ବିଶଷଷଜ୍ଞ ମତ ଦେଇଛନ୍ତି ।

ଏବେ ଚୀନରେ ତାଣ୍ଡବ ରଚିଥିବା ଓମିକ୍ରନ ସବ୍ ଭାରିଆଣ୍ଟ BF-୭ ଗତ ୬ ମାସ ପୂର୍ବରୁ ଭାରତରେ ଚିହ୍ନଟ ହୋଇସାରିଛି । ସେପଟେ ଭାରତରେ ନୂଆ ଭାରିଆଣ୍ଟ ସେପରି କ୍ଷତି ଘଟାଇ ପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ମହାମାରୀ ବିଶେଷଜ୍ଞ ଡାକ୍ତର ସଞ୍ଜୟ ରାୟ । ଅନ୍ୟପଟେ ଚୀନ ପରେ ଜାପାନ ଓ ଆମେରିକାରେ କରୋନା କେସ୍ ବଢୁଥିବା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨ଲକ୍ଷରୁ ଅଧିକ କେସ୍ ଚିହ୍ନଟ ହୋଇଥିବା ବେଳେ ଆମେରିକାରେ ୫୦ ହଜାର କେସ୍ ଚିହ୍ନଟ ହୋଇଛି ।