PM Modi Meeting With CM’s : ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା,ନୂଆ କରୋନା କଟକଣା ନେଇ ହୋଇପାରେ ମାନସ ମନ୍ଥନ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସହିତ ଦେଶର ଆଉ କିଛି ରାଜ୍ୟରେ କରୋନା ଆତଙ୍କ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲଚନା କରିବେ । ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ଏହି ଆଲୋଚନାରେ କୋଭିଡ୍ ଦ୍ୱିତୀୟ ଲହରି ନେଇ ଆଲୋଚନା ହେବା ସହ ନୂଆ କଟକଣାକୁ ନେଇ କୌଣସି ବଡ ନିଷ୍ପତ୍ତି ନିଆଯାଇପାରେ । ସୂଚନାଯୋଗ୍ୟ ଯେ, କିଛି ରାଜ୍ୟର ସରକାର ନିଜ ରାଜ୍ୟର ପ୍ରମ୍ମୁଖ ସହରରେ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ କରିଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଟିକାକରଣ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରିଥିଲେ ।
ଆଜି ମଧ୍ୟାହ୍ନ ୧୨.୩୦ରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଆରମ୍ଭ ହେବ । କୁହାଯାଉଛି ଯେ, ବୈଠକରେ ପ୍ରଧାନମନ୍ତ୍ରୀ କରୋନା ଟିକାକରଣ କାର୍ଯ୍ୟକ୍ରମ ଓ ଭାଇରସକୁ ପୁଣି ପ୍ରସାରିତ ହେବାରୁ ରୋକିବା ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ତାକୁ ନେଇ ଆଲୋଚନା ହେବ ।

କରୋନା ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ଆଗରେ
ମିଡିଆ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୨୮ ହଜାର କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ କେବଳ ମହାରାଷ୍ଟ୍ରରୁ ୧୮ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଯାହାର ଅର୍ଥ ହେଉଛି ଦେଶରେ ଯେଉଁ ସବୁ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ତାହାର ଅର୍ଦ୍ଧାଧିକ ମାମଲା କେବଳ ମହାରାଷ୍ଟ୍ରରୁ ଆସୁଛି
କିଛି ରାଜ୍ୟରେ ନାଇଟ୍ କର୍ଫ୍ୟୁ
ମହାରାଷ୍ଟ୍ର ସହିତ ଆଉ କିଛି ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣରେ ଅଚାନକ ବୃଦ୍ଧି ଆସିଛି । ଯାହାକୁ ଦେଖି ସେଠାକାର ସରକାର କଠୋର ପଦକ୍ଷେପ ନେଉଛନ୍ତି । ଗୁଜୁରାଟ ସରକାର ଅହମ୍ମଦାବାଦ,ସୁରଟ,ବଡୋଦରା ଓ ରାଜକୋଟରେ ନାଇଟ କର୍ଫ୍ୟୁକୁ ୨ ଘଣ୍ଟା ବଢାଇ ଦେଇଛନ୍ତି । ସେହିଭଳି ମଧ୍ୟପ୍ରଦେଶର ୧୦ ସହରରେ ରାତି ୧୦ଟା ପରେ ଦୋକାନବଜାର ବନ୍ଦ କରିବାକୁ ଆଦେଶ ଦିଆଯାଇଛି ।

Leave a Reply