spot_img

Latest Posts

ଟ୍ରମ୍ପଙ୍କ ଫୋନ କଲକୁ ରିସିଭ୍ କଲେନି ପ୍ରଧାନମନ୍ତ୍ରୀ ମୋଦି…

ନନ୍ଦିଘୋଷ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାହେବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କରିଥିଲେ ୪ ଥର ଫୋନ। ମାତ୍ର ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବାକୁ ଅଗ୍ରାହ୍ୟ କରିଥିଲେ। ଏନେଇ ଜର୍ମାନୀର ଏକ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଛି। ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ ଲାଗୁ ପରେ ପ୍ରଧାନମନ୍ତ୍ରୀ ମୋଦି କ୍ଷୋଭର ସହକାରେ ଏହି ଫୋନ କଲ୍ ରିସିଭ କରି ନଥିବା କୁହାଯାଉଛି। ଖବର କାଗଜରେ ପ୍ରକାଶ ପାଇଛି- ଟାରିଫ ଲାଗୁ କାରଣରୁ ମୋଦି ଅପମାନିତ ବୋଧ କରିଛନ୍ତି। ଅନ୍ୟ ରାଷ୍ଟ୍ରକୁ ଆମେରିକା ଗୁରୁତ୍ବ ଦେଇଥିବାବେଳେ ଭାରତ ପ୍ରତି ଟ୍ରମ୍ପ ଗୁରୁତ୍ବ ଦେଇ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଫ୍ରାଙ୍କଫର୍ଟର ଆଲଜେମେନ ଜାଇତୁଙ୍ଗ ନାମକ ଏହି ଖବରକାଗଜରେ କୁହାଯାଇଛି- ଟ୍ରମ୍ପଙ୍କୁ ଫୋନ କଲ ରିସିଭ ନ କରିବା ଟ୍ରମ୍ପଙ୍କ ପ୍ରତି ମୋଦିଙ୍କ କ୍ରୋଧ ଭାବର ଦୃଷ୍ଟାନ୍ତ। ଏହା ସହ ଟ୍ରମ୍ପଙ୍କୁ ବି ସତର୍କ କରିବା ଲାଗି ମୋଦି ପ୍ରଚେଷ୍ଟା କରିଥିଲେ। କେବଳ ଏହି ଖବର କାଗଜ ନୁହେଁ, ଜାପାନର ଏକ ଖବରକାଗଜ ନିକେଇ ଏସିଆ ବି ସମାନ ରିପୋର୍ଟ ପ୍ରକାଶ କରିଛି। ଟ୍ରମ୍ପଙ୍କ ଫୋନ କଲ୍ ନଧରିବା ଟ୍ରମ୍ପଙ୍କ ଲାଗି ହତାଶାଭାବର ପରିଚାଷକ ବୋଲି କୁହାଯାଇଛି। ସେହିପରି ବର୍ଲିନସ୍ଥିତ ଗ୍ଲୋବାଲ ପବ୍ଲିକ ପଲିସି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଥୋର୍ଷ୍ଟନ ବେନର ବି ଜର୍ମାନ ଖବରକାଗଜର କ୍ଲିପକୁ ନିଜ ଏକ୍ସ ଆକାଉଣ୍ଟରେ ସ୍ଥାନୀତ କରିଛନ୍ତି। ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ଲାଗୁ ହେବା ପୂର୍ବ ଦିନ ଏହି ରିପୋର୍ଟ ପ୍ରକାଶ ପାଇଥିବା ସୂଚନା ମିଳିଛି। ଗତ ୨୭ ତାରିଖ ସକାଳ ୯ଟାରେ ଭାରତ ଉପରେ ଲାଗୁ ହୋଇଥିଲା ଟାରିଫ

Latest Posts

Don't Miss