ଝାଡ଼ଖଣ୍ଡରୁ କଂଗ୍ରେସ ଉପରେ ମୋଦିଙ୍କ ପ୍ରହାର, କହିଲେ- ନାଗରିକତା ଆଇନର ନିଷ୍ପତ୍ତି ଶତ ପ୍ରତିଶତ ଠିକ୍

ରାଞ୍ଚି: କାଲି ପର୍ଯ୍ୟନ୍ତ ପାକିସ୍ତାନ ଯେଉଁ କାମ କରି ଆସୁଥିଲା, ଆଜି ସେହି କାମ କଂଗ୍ରେସ କରୁଛି । ଦେଶରେ ଅରାଜକତା, ଅଶାନ୍ତି ସୃଷ୍ଟି କରି କଂଗ୍ରେସ ନିଆଁ ଜାଳିବାକୁ ଚେଷ୍ଟା କରୁଛି । ସଂଶୋଧିତ ନାଗରିକତା ଆଇନକୁ ନେଇ କଂଗ୍ରେସ ଉପରେ ଏମିତି ଢଙ୍ଗରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳଙ୍କ ବିରୋଧ, ନାଗରିକତା ଆଇନ୍ ନିଷ୍ପତ୍ତି ଦେଶହିତରେ ବୋଲି ପ୍ରମାଣିତ ହୋଇଥିବା ମୋଦି କହିଛନ୍ତି ।ଝାଡ଼ଖଣ୍ଡ ଦୁମକାରେ ନିର୍ବାଚନ ରାଲିରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ତାଙ୍କ କଥା ନଶୁଣିବାରୁ ନିଆଁ ଜାଳୁଛନ୍ତି, କପଡ଼ା ଚିରୁଛନ୍ତି । ଏମାନେ ଦେଶର ଭଲ କଥା ଚିନ୍ତା କରିବେ, ସେମିତି ଆଶା ନାହିଁ । ସେମାନେ କେବଳ ନିଜ ପରିବାର କଥା ଚିନ୍ତା କରନ୍ତି ବୋଲି ମୋଦି କଟାକ୍ଷ କରିଛନ୍ତି ।ଏଥିସହ ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ବେଳେ ପାକିସ୍ତାନ ଲଣ୍ଡନ ଭାରତୀୟ ଦୂତାବାସ ଆଗରେ ବିକ୍ଷୋଭ କରିଥିଲା । ଏବେ ନାଗରିକତା ଆଇନକୁ ନେଇ କଂଗ୍ରେସ ଲଣ୍ଡନରେ ଭାରତୀୟ ଦୂତାବାସ ଆଗରେ ପ୍ରତିବାଦ କରୁଛି । ଏଥିରୁ କଂଗ୍ରେସ ଓ ପାକିସ୍ତାନର ନୀତି ଗୋଟିଏ ପ୍ରକାର ଥିବା ଜଣାପଡ଼ୁଥିବା ମୋଦି କହିଛନ୍ତି । ପାକିସ୍ତାନ ଭାରତକୁ ଦୁନିଆରେ ବଦନାମ କରିବାକୁ ଚେଷ୍ଟା କରୁଛି । ଠିକ୍ ସେହି ଢଙ୍ଗରେ କଂଗ୍ରେସ ଚାଲୁଛି ।

Leave a Reply