ନୂଆଦିଲ୍ଲୀ: ଆଉ ପାଦେ ଆଗେଇଲା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାମ ମନ୍ଦିର ଟ୍ରଷ୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି । ଟ୍ରଷ୍ଟର ନାଁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ରଖାଯାଇଛି । ଗୃହରେ ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୬୭ ଦଶମିକ ୦୩ ଏକର ଜମି ଟ୍ରଷ୍ଟକୁ ଦିଆଯିବ । ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ ଦାୟିତ୍ୱପୂର୍ଣ୍ଣ ରୂପରେ ଟ୍ରଷ୍ଟ ହାତରେ ରହିବ ।
ସୁନି ୱାକଫ ବୋର୍ଡକୁ ୫ ଏକର ଜମି ପ୍ରଦାନ ନେଇ ୟୁପି ସରକାର କାର୍ଯ୍ୟ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରେ ୮୭ ଦିନ ପରେ ଟ୍ରଷ୍ଟର ରୂପରେଖ ପ୍ରସ୍ତୁତ ହୋଇଛି । ରାମ ମନ୍ଦିର ଟ୍ରଷ୍ଟରେ ଦିଗମ୍ବର ଆଖଡ଼ା, ନିର୍ମୋହୀ ଆଖଡ଼ା ଏବଂ ରାମଲଲା ବିରାଜମାନର ଜଣେ ଲେଖାଏଁ ସଦସ୍ୟ ରହିବେ । ତେବେ, ଟ୍ରଷ୍ଟରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ବଡ଼ ଦାୟିତ୍ୱ ମିଳିପାରେ ବୋଲି ସୂଚନା ମିଳିଛି ।
କେମିତି ତିଆରି ହେବ ଭବ୍ୟ ରାମ ମନ୍ଦିର ? ସଂସଦରେ ତଥ୍ୟ ରଖିଲେ ପ୍ରଧାନମନ୍ତ୍ରୀ

