କରୋନା ମୁକାବିଲା ପାଇଁ ଏକାଠି ହେଲେ କେନ୍ଦ୍ର ଓ ରାଜ୍ୟ, ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପ୍ରଶଂସା

1 min read

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଏକାଠି ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ବିଦେଶ ଯାତ୍ରାରେ କଟକଣା ଲଗାଇଥିବାରୁ ପ୍ରଶଂସା କରିଛନ୍ତି । ଭାରତୀୟଙ୍କୁ ଏୟାର ଲିଫ୍ଟ ଓ SDRF ପଦକ୍ଷେପ ପାଇଁ ନବୀନ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ମୁକାବିଲା କ୍ଷେତ୍ରରେ ନବୀନ ପଟ୍ଟନାୟକ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି ।

ମାଗଣା କରୋନା ପରୀକ୍ଷଣ, ସୁରକ୍ଷା ଉପକରଣ, ମାସ୍କ ଓ ଅନ୍ୟ ସ୍ୱାସ୍ଥ୍ୟ ସାମଗ୍ରୀ ଯୋଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଆର୍ଥିକ ସହାୟତା ମଧ୍ୟ ଦାବି କରିଛନ୍ତି ନବୀନ । MGNREGS ଶ୍ରମିକଙ୍କୁ ୫୦ ଦିନର ମଜୁରୀ ଦିଆଯାଉ, ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ଅଧିକ ପରିବାରକୁ ସାମିଲ କରାଯାଉ, କୃଷକଙ୍କୁ ଅତିରିକ୍ତ କିସ୍ତି ପ୍ରଦାନ, ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ନବୀନ ଦାବି କରିଛନ୍ତି ।

Leave a Reply