କରୋନା ଟିକାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ :ସରୁନି କରୋନା ସଙ୍କଟ । ଯଦିଓ କିଛି ମାତ୍ରାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି ତଥାପି କରୋନାକୁ ସମସ୍ତଙ୍କ ଠାରେ ଭୟ ଦେଖିବାକୁ ମିଳିଛି । ତେଣୁ ସମସ୍ତଙ୍କ ଅପେକ୍ଷା ଏବେ କରୋନା ଟିକାକୁ । କେବେ ଆସିବ କରୋନା ଟିକା ? ଏହାକୁ ଦେଶବାସୀ ଚାହିଁ ବସିଥିବାବେଳେ କରୋନା ଟିକାକୁ ନେଇ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଟିକାର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।

ଆଗାମି ଦିନରେ କିଭଳି ଦେଶବାସୀଙ୍କୁ ଟିକା ମିଳିବ ଏବଂ ବିଦେଶରୁ କିଭଳି ଟିକା ଭାରତକୁ ଆସବ ସେ ନେଇ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଏବେ ବିଭିନ୍ନ ପର୍ଯ୍ୟାୟରେ ଆଗେଇ ଚାଲିଛି ଟିକା ପ୍ରସ୍ତୁତି କାର୍ଯ୍ୟ । ଶୁକ୍ରବାର ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି  । ଟିକା ପରୀକ୍ଷଣ ୯୦ ପ୍ରତିଶତ ସଫଳ ହେବ ବୋଲି ଭାରତ ବାୟୋଟେକ ଆଶା ରଖିଛି  ।

ସେପଟେ ଆଶା ବଢାଇଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନେୱାଲା । ଆସନ୍ତାବର୍ଷ ଫେବ୍ରୁଆରୀ ସୁଦ୍ଧା ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅକ୍ସଫୋର୍ଡ କୋଭିଡ୍ ଭ୍ୟାକ୍‌ସିନ୍ ମିଳିବା ନେଇ ପୁନେୱାଲା ସୂଚନା ଦେଇଛନ୍ତି । ସାଧାରଣ ଲୋକଙ୍କ ପାଇଁ ଅକ୍ସଫୋର୍ଡ ଟିକା ଏପ୍ରିଲ ସୁଦ୍ଧା ଉପଲବ୍ଧ ହେବ ।

 

Leave a Reply