spot_img

Latest Posts

ମନ ମୋହୁଛି କମଳାଙ୍କ କଳାକୃତି, ‘ମନ କି ବାତ’ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରାଞ୍ଚଳର ଖଇରାବାଦ ଗାଁର କମଳା ମହାରଣାକୁ ମୋଦିଙ୍କ ପ୍ରଶାଂସା। ପରିବେଶକୁ ସ୍ବଚ୍ଛ ସୁନ୍ଦର ରଖିବାରେ କମଳାଙ୍କ ଅବଦାନ ଅପୂରଣୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କମଳା ମହାରଣା ଅଦରକାରୀ ଜରିରେ ସୁନ୍ଦର ସୁନ୍ଦର ଜିନିଷ ତିଆରି କରି ଚର୍ଚ୍ଚାରେ ରହି ଆସିଥିଲେ।

ଡାଲା, ଚାଙ୍ଗୁଡ଼ି, ଶିକା, ଟୋପି, ଘର ସଜା ଭଳି ବିଭିନ୍ନ ସାମଗ୍ରୀ ତିଆରି କରନ୍ତି କମଳା। ଧାନ କଟା ସମୟରେ, ବିଲରୁ ବେରୁହାଁ ଓ ଜୁଣ ଆଣି ସେ ଘରେ ରଖନ୍ତି । ସେହି ସବୁକୁ ଜରି ଭିତରେ ଦେଇ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି କମଳା। ସାହି ପଡିଶାର ମହିଳାଙ୍କୁ ମଧ୍ୟ ଏଭଳି ଜିନିଷ ତିଆରି କରିବାରେ ନିଯୁକ୍ତ କରି ଯୋଗାଇଛନ୍ତି ରୋଜଗାରର ମାଧ୍ୟମ।

କମଳାଙ୍କ ହାତ ତିଆରି ସାମଗ୍ରୀ କେବଳ ଗାଁ ଗହଳି ନୁହେଁ, ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ମଧ୍ୟ ଦେଖିବାକୁ ମିଳୁଛି। ଏହି ଖବର ନନ୍ଦିଘୋଷ ଟିଭିରେ ପ୍ରଥମେ ପ୍ରସାରଣ କରାଯାଇଥିବା ବେଳେ, ଆଜି କମଳାଙ୍କ ହାତକଳାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

Latest Posts

Don't Miss