ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ, ୨୦୨୦ ସୀମା ବିବାଦ ପରେ ପ୍ରଥମ ଥର ନେପାଳରେ ମୋଦୀ

1 min read

ନୂଆଦିଲ୍ଲୀ: ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୁମ୍ବିନଠାରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କୁ ଭେଟି ମହାମାୟା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତରେ ନେପାଳ ପହଞ୍ଚିଥିବା ବେଳେ ଆଜି ସନ୍ଧ୍ୟାରେ ଭାରତ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ରହିଛି । ଭାରତ ଫେରିବା ପୂର୍ବରୁ ହାଇଡ୍ରୋ ଇଲେକ୍ଟ୍ରିସିଟି ଓ ବିକାଶକୁ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ନରେନ୍ଦ୍ର ମୋଦୀ । ୨୦୨୦ରେ ନେପାଳ ସରକାର ଜାରି ରହିଥିବା ଏକ ନକ୍ସାରେ ସୀମାରେ ଥିବା ବିବାଦୀୟ ସ୍ଥାନକୁ ନେପାଳ ମ୍ୟାପରେ ସାମିଲ କରାଯାଇଥିଲା । ଏହି ବିବାଦ ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନେପାଳ ଗସ୍ତ କରିଛନ୍ତି ।

ଏହା ସହ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିବା କାର୍ଯ୍ୟକ୍ରମ ରହିଛି। ଯାତ୍ରାର ଉଦ୍ଦେଶ୍ୟ ଭାରତ ଓ ନେପାଳ ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ନେପାଳ ସହିତ ଭାରତ ସଂପର୍କ ବହୁ ପୁରୁଣା । ଉଭୟ ଦେଶ ମଧ୍ୟରେ ସଭ୍ୟତାଗତ ସଂପର୍କ ରହିଛି । ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ବହୁତ ମଜବୁତ ମଧ୍ୟ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।