ଆଜିଠୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଇ-ଆଡମିସନ୍ ପାଇଁ ଆବେଦନ ପ୍ରକ୍ରିୟା

1 min read

ଭୁବନେଶ୍ବର: ଯୁକ୍ତ ଦୁଇ ଆଡମିଶନ କରିପାରିନଥିବା ଛାତ୍ରଛାତ୍ରୀଙ୍କୁ ପୁଣି ସୁଯୋଗ  । ପ୍ରଥମ ପର୍ଯ୍ୟାୟ ଇ-ଆଡମିଶନରୁ ବଞ୍ଚିତ ଛାତ୍ରଛାତ୍ରୀ ଦ୍ବିତୀୟ ପର୍ଯ୍ୟାୟ ଇ ଆଡମିଶନ ପାଇଁ ଆବେଦନ କରିପାରିବେ । ଆଜିଠୁ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ଇ ଆଡମିସନ ଆବଦେନ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଇ ଆଡ଼ମିସନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

ଯେଉଁମାନେ ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ଆଡମିଶନ ପ୍ରକ୍ରିୟାରେ ଆବେଦନ କରିପାରି ନଥିଲେ । ସେମାନେ ଏହି ଦ୍ବିତୀୟ ପର୍ଯ୍ୟାୟ ନାମଲେଖାରେ ଭାଗ ନେଇପାରିବେ । ପ୍ରଥମ ପର୍ଯ୍ୟାୟରେ କିଛି ଆବେଦନ କରିପାରିନଥିଲେ । ଯେଉଁଥିପାଇଁ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି । ଆଜିଠୁ ଅନଲାଇନରେ ସେମାନେ ଆଡମିଶନ ପାଇଁ ଆବେଦନ କରିପାରିବେ ।