ବଦଳିପାରେ +୨ ବିଜ୍ଞାନ ପରୀକ୍ଷା ସୂଚୀ: ଗଣଶିକ୍ଷା ମନ୍ତ୍ରୀ

1 min read

ଭୁବନେଶ୍ୱର: ପରିବର୍ତ୍ତନ ହୋଇପାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ସୂଚୀ । କେବଳ ଗଣିତ ପରୀକ୍ଷା ପରେ ହେବାକୁ ଥିବା ପରୀକ୍ଷା ପାଇଁ ଏହି ପରିବର୍ତ୍ତନ ହୋଇପାରେ । ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ । CHSEକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଗଣିତ ପରୀକ୍ଷାର ଗୋଟିଏ ଦିନ ବ୍ୟବଧାନରେ ପରବର୍ତ୍ତୀ ପରୀକ୍ଷା ଅଛି । ଯାହା ଫଳରେ ଛାତ୍ରଛାତ୍ରୀ ଏ ସମ୍ପର୍କରେ ମୋ ଦୃଷ୍ଟିକୁ ଆଣିଥିଲେ । ଯଦି ସମ୍ଭବ ହୁଏ ତେବେ ଏହି ପରିବର୍ତ୍ତନ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ପରୀକ୍ଷା ସୂଚୀ ପରିବର୍ତ୍ତନ ହେବା ଦ୍ୱାରା ଛାତ୍ରଛାତ୍ରୀ ରିଭିଜନ କରିପାରିବେ । CHSE ଏ ଦିଗରେ ତର୍ଜମା କରୁଛି ।

ଚଳିତ ବର୍ଷ ରାଜ୍ୟର ୧ ହଜାର ୫୮୬ କଲେଜର ପିଲା ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ । ସେହିପରି ୧ ହଜାର ୧୪୮ଟି ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ । ସବୁ ପରୀକ୍ଷା ସେଣ୍ଟରରେ CCTV କ୍ୟାମେରା ଲାଗିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କୋର୍ସ ମଧ୍ୟ ସରିବା ଉପରେ ରହିଛି । ଠିକ ସମୟରେ ଯୁକ୍ତ ଦୁଇ ପରୀକ୍ଷା ହୋଇ ଫଳାଫଳ ବାହାରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।