କାଲି ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ। କଳା ସହିତ ଧନ୍ଦା ମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ ହେବ ବୋଲି ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି । କଳା ଓ ଧନ୍ଦାମୂଳକ ବିଭାଗରେ ରାଜ୍ୟର ମୋଟ ୨ ଲକ୍ଷ ୨୧ ହଜାର ୮୬୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ତେବେ ପୂର୍ବରୁ ଗତ ଜୁଲାଇ ୩୧ରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିଲା। ଦୁଇ ସପ୍ତାହ ମଧ୍ୟରେ କଳା ଫଳ ପ୍ରକାଶ ହେବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଥିଲା । ଚଳିତ ବର୍ଷ ବିଜ୍ଞାନ ଓ ବାଣିଜ୍ୟରେ ରେକର୍ଡ ପାସ ହାର ହୋଇଛି ।

ସେହିପରି ବିଜ୍ଞାନରେ ୯୯.୮୮ ପ୍ରତିଶତ ପିଲା ପାସ କରିଥିବା ବେଳେ ବାଣିଜ୍ୟରେ ୯୯.୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ । କରୋନା ପାଇଁ ବିନା ପରୀକ୍ଷାରେ ଏଥର ରେଜଲ୍ଟ ପ୍ରକାଶ ପାଇଛି।

 

Leave a Reply