ଭୁବନେଶ୍ବର: ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ  । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର୍‌ ଆଗୁଆ ରହିଛି  । ଯୁକ୍ତ ଦୁଇ କଳାରେ ପାସ୍‌ ହାର ୮୨.୧୦ ପ୍ରତିଶତ ରହିଛି  ।  ୧୨୦୫ କଲେଜର ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ୨ ଲକ୍ଷ ୮ହଜାର ୬୩୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ  । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ୨୮୮ ଛାତ୍ରଛାତ୍ରୀ ପାସ କରିଛନ୍ତି  ।

ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ  । ଦୁଇଟି ଢାଞ୍ଚାରେ କରାଯାଇଛି ମାର୍କିଂ  । ୨୮ ଉଚ୍ଚ ମାଧ୍ୟମିକ ସ୍କୁଲର ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି । କୌଣସି ଉଚ୍ଚ ମାଧ୍ୟମିକ ସ୍କୁଲର ଶୂନ୍ୟ ରେଜଲ୍ଟ ହୋଇନି । ପାସ୍ ହାରରେ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ଥିବାବେଳେ ନବରଙ୍ଗପୁର ସର୍ବନିମ୍ନ ରହିଛି । ସନ୍ଧ୍ୟା ୫ଟାରେ ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷାଫଳ  ।

୯୦%ରୁ ଅଧିକ ମାର୍କ ରଖିଛନ୍ତି ୧୭୭ ଛାତ୍ରଛାତ୍ରୀ ।