ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଛି । ସାମ୍‌ସ ୱେବସାଇଟରେ ସେପ୍ଟେମ୍ବର ୪ ତାରିଖ ଯାଏଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଡବ୍ଲୁଡବ୍ଲୁଡବ୍ଲୁ ସାମ୍ସ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍‌ରେ କମନ ଆପ୍ଲିକେସନ ଫର୍ମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସେପ୍‌ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେପ୍‌ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ । ସେହିପରି ସେପ୍‌ଟେମ୍ବର ୨୩ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।

୨୪ରୁ ୨୮ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । ଅକ୍ଟୋବର ୧ ରୁ ୩ ତାରିଖ ଯାଏଁ ସ୍ପଟ ଆଡ଼ମିଶନ ପାଇଁ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ ଓ ୫ ତାରିଖରେ ନାମଲେଖା ହେବ। ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ଏଥିରୁ ୭୮.୭୬% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥର ପାସ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅଙ୍କ ପାସ ହାର ୭୭.୮ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୮୧.୯୮ ପ୍ରତିଶତ ରହିଛି ।  ପ୍ରଥମ ଥର ପାଇଁ ଏଥର ବୋର୍ଡର ପରୀକ୍ଷା କମିଟି ପକ୍ଷରୁ ଭିଡିଓ କନଫେରନସିଂ ଜରିଆରେ ଫଳାଫଳ ପ୍ରକାଶ କରାଯାଇଥିଲା ।

Leave a Reply