ସୁପ୍ରିମକୋର୍ଟରେ ପହଞ୍ଚିଲା କୃଷ୍ଣ ଜନ୍ମଭୂମି ମାମଲା, ଜ୍ଞାନବାପୀ ପରେ ସର୍ଭେ କରିବାକୁ ଦାବି

1 min read

ମଥୁରା: ଅଯୋଧ୍ୟା, କାଶୀ ପରେ ମଥୁରା । ଜ୍ଞାନବାପୀ ବିବାଦ ତୁଟିନି କିନ୍ତୁ ପଛକୁ ପଛ କୃଷ୍ଣ ଜନ୍ମଭୂମି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଗଲାଣି । ଜ୍ଞାନବାପୀ ପରି ଏହାର ମଧ୍ୟ ବୈଜ୍ଞାନିକ ସର୍ଭେକ୍ଷଣ କରାଯାଉ ବୋଲି କୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ ଦ୍ବାରା ଦାୟର ମାମଲାରେ ଆବେଦନ କରାଯାଇଛି ।

ଏହାଦ୍ବାରା ବିବାଦୀୟ ଭୂମିର ତଥ୍ୟ ସାମ୍ନାକୁ ଆସିବା ସହ ସମାଧାନ ବାହାରି ପାରିବ । ବିବାଦୀୟ ସାହି ଇଦଗା ମସଜିଦର ସାଇଣ୍ଟିଫିକ ସର୍ଭେ ପାଇଁ ଏହି ଦାବି କରାଯାଇଛି । ଏହି ମସଜିଦ ଉପରେ ହିନ୍ଦୁ ସଂପ୍ରଦାୟର ଅଧିକାର ରହିଛି । ଏଠାରେ ଥିବା ମନ୍ଦିରକୁ ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ବୋଲି ହିନ୍ଦୁ ଦାବି କରିଆସୁଛନ୍ତି । ଜମି ଉପରେ ହିନ୍ଦୁ ଓ ଇସଲାମ ସଂପ୍ରଦାୟ ହକ ଜାହିର କରିଥିବାବେଳେ ଏହି ସର୍ଭେ ଦ୍ବାରା ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଟ୍ରଷ୍ଟ ଦାବି କରିଛି ।

ସେପଟେ ଜ୍ଞାନବାପୀର ସର୍ଭେ ଜାରି ରହିଛି । ଥ୍ରୀ-ଡି ମ୍ୟାପିଙ୍ଗ, ସ୍କାନିଂ, ହାଇଟେକ ଫଟୋଗ୍ରାଫି, ଏବଂ ଭିଡିଓଗ୍ରାଫି ଜରିଆରେ ପ୍ରମାଣ ସଂଗ୍ରହ କରାଯାଉଛି ।