ସମ୍ବର୍ଦ୍ଧିତ ହେବେ ଉଦିୟମାନ ଖେଳାଳି, କାର୍ଯ୍ୟକ୍ରମ ଆୟୋଜନ କରିବ ଓସିଏ

କଟକ: ନୂତନ ବର୍ଷ ପୂର୍ବରୁ ସମ୍ବର୍ଦ୍ଧିତ ହେବେ କ୍ରୀଡ଼ାର ବିଭିନ୍ନ ବିଭାଗରେ ଉଦିୟମାନ ଖେଳାଳି। ଆସନ୍ତା ଡିସେମ୍ବର 31 ତାରିଖ ସନ୍ଧ୍ୟା ସମୟରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓସିଏ ରେ ଅନୁଷ୍ଠିତ ହେବ। ଏ ନେଇ ଆଜି ଓସିଏ କନ୍ଫରେନସ ହଲ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଓସିଏ ପକ୍ଷରୁ ଆୟୋଜିତ ବାର୍ଷିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ , କ୍ରିକେଟ ଗୁରୁ , ଉଭୟ ମହିଳା ଓ ପୁରୁଷ ବିଭାଗର ଏବର୍ଷର ଉଦିୟମାନ ଖେଳାଳି ଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ବିଶେଷ ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯିବାର ରହିଛି।

ଏହା ସହ ଓସିଏ କ୍ଲବ ପକ୍ଷରୁ ଆୟୋଜିତ ଫ୍ୟାଶନ୍ ଶୋ, ଫ୍ୟାନ୍ସି ଡ୍ରେସ୍, କ୍ୟାରୋମ୍, ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ୍ ଏବଂ କ୍ରିକେଟ୍ ର ବିଜେତା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ଚଳିତ ବର୍ଷର ର ଏହି ଶେଷଦିନ ରାତିରେ ଓସିଏ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ନୂଆ ବର୍ଷ କୁ ସ୍ୱାଗତ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ଏହି କାର୍ଯ୍ୟକ୍ରମ ରେ ବଲିଉଡ଼ ଓ ଓଲିଉଡ ର ବହୁ କଳାକାର ମାନେ ନିଜ କଳା ପ୍ରଦର୍ଶନ କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।