spot_img

Latest Posts

୪ ଜିଲ୍ଲାରେ ସଂକ୍ରମଣ କମିବା ପରେ ଏବେ ପ୍ଲାଟ୍ୟୁ ଷ୍ଟେଜ୍‌ରେ ରହିଛି

ଭୁବନେଶ୍ୱର: ଅଧିକ ପଜିଟିଭ୍ ରହୁଥିବା ୪ ଜିଲ୍ଲାରେ ସଂକ୍ରମଣ କମିବା ପରେ ଏବେ ପ୍ଲାଟ୍ୟୁ ଷ୍ଟେଜରେ ରହିଛି। ତେଣୁ ଏହି ସବୁ ଜିଲ୍ଲାରେ ସର୍ଭେଲାନ୍ସକୁ ତ୍ୱରାନ୍ୱିତ କରାଯାଇଛି। ଏହାସହ ଏହି ୪ ଜିଲ୍ଲାରେ ଅଧିକ ଫୋକସ ଦେବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। କଟକଣା କୋହଳ ହେବା ପରେ ଲୋକମାନଙ୍କର ଗହଳି ତୃତୀୟ ଲହର ଆସିବାର ମୁଖ୍ୟ କାରଣ ହେବ। କିନ୍ତୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମହାମାରୀର ମୁକାବିଲା ପାଇଁ ଜାରି ରହିବ ଟିକାକରଣ। ସେହିପରି ଫୋକସ୍ ସର୍ଭେଲାନ୍ସ ଚାଲୁ ରହିବ। ଯଦି ଦରକାର ପଡେ ଅଗଷ୍ଟ ପରେ ବି ଏହାକୁ ବଢ଼ାଇ ପାରନ୍ତି ସରକାର। ଟ୍ରିଟମେଣ୍ଟ ଫ୍ୟାସିଲିଟି ଯାହା ରଖାଯାଇଛି, ତାହା ଜାରି ରହିବ। ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବାର ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ଟ୍ରେନିଂ ମୋଡ଼ାଲିଟି ୫୦ ପ୍ରତିଶତ ଆଗକୁ ଗଲାଣି। ସବୁ ସାଇଟରେ ପେଡ଼ିଆଟ୍ରିକ୍ସ ଓ ଜେନେରାଲ ଏମବିବିଏସଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Latest Posts

Don't Miss