ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ଚୂନ ପ୍ଲାଷ୍ଟର

ପୁରୀ:  ଶ୍ରୀମନ୍ଦିର ଗର୍ଭ ଗୃହ ମଧ୍ୟରେ ଖସିଲା ଚୂନ ପ୍ଲାଷ୍ଟର । ଗତକାଲି ଚୂନ ପ୍ଲାଷ୍ଟର ଖସିଥିବା ବେଳେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଏନେଇ ରିପୋର୍ଟ ତଲବ କରିଛନ୍ତି । ରିପୋର୍ଟ ମିଳିବା ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ରଥଯାତ୍ରା ସମୟରେ ଏଏସଆଇ ଓ ବିଶେଷଜ୍ଞ ଟିମ୍ ଦ୍ୱାରା ଗର୍ଭଗୃହର ଯାଞ୍ଚ ହେବା ସହ ମରାମତି କରାଯାଇଥିଲା । କିନ୍ତୁ ଏବେ କିପରି ପ୍ଲାଷ୍ଟର ଖସିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ରଥଯାତ୍ରା ସମୟରେ ଏଏସଆଇ ପକ୍ଷରୁ କରାଯାଇଥିବା ମରାମତି ସମ୍ପୂର୍ଣ୍ଣ ହୋଇନଥିବା ଆଶଙ୍କା ପ୍ରକାଶ ପାଇଛି ।